www.samajalive.in
Saturday, December 6, 2025
15.1 C
Bhubaneswar

ବିଦ୍ୟାଳୟ ପାଲଟିଛି ସର୍ବସାଧାରଣ ଆଡ୍ଡାସ୍ଥଳୀ; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମୁହାଁ..

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତ ଅଧିନରେ ଥିବା ଭୋଇ ପାଲି ଗ୍ରାମରେ ରହିଛି ୧୯୭୦ ମସିହାରେ ପ୍ରତିଷ୍ଠିତ ଏକ ପ୍ରାଥମିକ ବିଦ୍ୟାଳୟ। ଯେଉଁ ବିଦ୍ୟାଳୟ ଏବେ ପାଲଟିଛି ସର୍ବ ସାଧାରଣ ଆଡ୍ଡାସ୍ଥଳୀ। ଆଗରେ ସୁନ୍ଦର୍ ଚକଚକିଆ ଗେଟ ରହିଛି ସତ,କିନ୍ତୁ ବାକି ସବୁ ପଟେ ମେଲା ପଡ଼ିଛି । ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ପାଚେରୀ ନାହିଁ। ଯାହା ଫଳରେ ସନ୍ଧ୍ୟା ହେଲେ ସ୍କୁଲ ଭିତରେ ଅସାମାଜିକ କାର୍ଯ୍ୟକଳାପ ହେଉଥିବା ବେଶ୍ ଚର୍ଚ୍ଚା ହେଉଛି। ବାହାର ଲୋକେ ଭିତରକୁ ପଶି ବିଦ୍ୟାଳୟ ସାମଗ୍ରୀ ଗୁଡିକ ସବୁ ଭାଙ୍ଗି ରୁଜି ନଷ୍ଟ କରି ଦେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଟିଣ ଆଜବେଷ୍ଟସର ତାତିରେ କୋମଳ ଶିଶୁଙ୍କର ଅବସ୍ଥା କଣ ହେବ ତାହା ବେଶ୍ ଅନୁମେୟ।
ପିଲାଙ୍କ ପାଇଁ ପାନୀୟ ଜଳ ବିଦ୍ୟାଳୟ ପରିସରରେ ନାହିଁ। ଗୋଟିଏ ମାସରୁ ଉର୍ଦ୍ଧ୍ବ ହେଲା ସ୍କୁଲରେ ଥିବା ମୋଟର ପମ୍ପ ଅଚଳ ହୋଇପଡିଛି। ଫଳରେ ପିଲାମାନେ ସ୍କୁଲରୁ ୫ ଶହ ମିଟର ଦୂରରେ ଥିବା ଗାଁ ନଳକୂପକୁ ଯାଆନ୍ତି ଶୋଷ ମେଣ୍ଟାଇବା ପାଇଁ। ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ମଧ୍ୟ ୫ ମିଟର ଦୂରକୁ ପାଣି ଆଣିବାକୁ ଯିବାକୁ ପଡୁଛି । ପିଲାଙ୍କ ଖାଦ୍ୟ ରାନ୍ଧିବା ଅତି କଷ୍ଟକର ହେଉଥିବା ଦେଖା ଯାଉଛି। ଏତେ ଟାଣ ଖରାରେ ପାଣି ପାଇଁ ପିଲା ଡହକ ବିକଳ ହେଉଛନ୍ତି। ଶୌଚାଳୟ କଥା ନ କହିବା ଭଲ। ଚାରିଆଡ଼େ ଦୁର୍ଗନ୍ଧ। ଭଙ୍ଗା କବାଟକୁ ପାଣି ନାହିଁ । ଏପରି ପରିବେଶରେ ପିଲାଙ୍କ ସ୍ବାସ୍ଥ୍ୟ ଯାହା ହେବ। ବିଦ୍ୟାଳୟରେ ଏହିପରି ଅବସ୍ଥା ଯୋଗୁଁ ଅଭିଭାବକ ମାନେ ଆଉ ନିଜ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ମନ ବଳାଇ ନାହାନ୍ତି । ଏହି ବିଦ୍ୟାଳୟର ସମସ୍ୟା ବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଗ୍ରାମବାସୀ ଜଣାଇ ସାରିଛନ୍ତି । ଏବେ କେବଳ ଅପେକ୍ଷା କରି ରହିଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories