www.samajalive.in
Saturday, December 6, 2025
23.1 C
Bhubaneswar

ଜନଶୁଣାଣି ପୋର୍ଟାଲରେ ପଞ୍ଜିକୃତ ହୋଇପାରୁନି ଅଭିଯୋଗ

ରେଙ୍ଗାଲି: ରାଜ୍ୟ ସରକାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଆପତ୍ତି ଅଭିଯୋଗର ସମାଧାନ ପାଇଁ ଜନ ଶୁଣାଣି ପୋର୍ଟାଲରେ ଆବେଦନ କରିବାକୁ ଆହ୍ବାନ ଦେଇଛନ୍ତି। ଜନ ସମସ୍ୟାର ଆଶୁ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଜନହିତକର ପଦକ୍ଷେପ ବୋଲି ଜନସାଧାରଣରେ ସ୍ବାଗତ କରାଯାଉଛି। ତେବେ ସରକାର ଖୋଲିଥିବା ଜନଶୁଣାଣି ପୋର୍ଟାଲରେ ଗତ ଦୁଇ ମାସ ହେଲା ଆପତ୍ତି ଅଭିଯୋଗ ପଞ୍ଜିକୃତ ହୋଇ ପାରୁନଥିବା ଅଭିଯୋଗ ହେଉଛି। ପୋର୍ଟାଲରେ ଲଗ୍ ଇନ୍ କଲାପରେ ଟେଲିଫୋନ୍ ନମ୍ବର ଏଣ୍ଟ୍ରି କରିବାକୁ ନିର୍ଦ୍ଦେଶ ଆସୁଛି। ଟେଲିଫୋନ ନମ୍ବର ଏଣ୍ଟ୍ରି କଲା ପରେ ଉକ୍ତ ଫୋନ୍ ନମ୍ବରକୁ ଏକ ଓଟିପି ନମ୍ବର ଆସୁଛି । ଓଟିପି ନମ୍ବରକୁ ଏଣ୍ଟର୍ କଲାପରେ ବାରମ୍ବାର ଚେଷ୍ଟା କରିବା ସତ୍ତ୍ବେ ଆଉ ଆଗକୁ ପ୍ରୋସେସିଙ୍ଗ୍ ହେଉନାହିଁ। ଯଦ୍ବାରା ଅଭିଯୋଗ ପଞ୍ଜିକୃତ ହୋଇ ପାରୁନାହିଁ। ଗତ ଦୁଇ ମାସ ହେଲା ଏଭଳି ଅଚଳାବସ୍ଥା ଦେଖା ଦେଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଯାଉନାହିଁ। ଫଳରେ ସରକାର ଯେଉଁ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରଖି ଜନ ଶୁଣାଣି ପୋର୍ଟାଲ ଖୋଲିଛନ୍ତି ତାହା ଫଳପ୍ରଦ ହେଉନାହିଁ। ଲୋକେ ଆପତ୍ତି ଅଭିଯୋଗ କରିବାରୁ ବଞ୍ଚିତ ହେଉଛନ୍ତି। ପୋର୍ଟାଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ପ୍ରତିକାର କରିବାକୁ ଦାବି ହେଉଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories