www.samajalive.in
Sunday, December 7, 2025
14.1 C
Bhubaneswar

ପୁରୀରେ ଚାଞ୍ଚଲ୍ୟ ; ଯୁବକଙ୍କ ଗଳାକାଟି ନଳାରେ ଫିଙ୍ଗିଲେ ଦୁର୍ବୃତ୍ତ

ପୁରୀ: ପୁରୀରେ ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ସାମ୍ନାକୁ ଆସିଛି। ପୁରୀ ଚକ୍ରତୀର୍ଥ ରୋଡ ନାରାୟଣ ପ୍ୟାଲେସ ଗଳିରେ ଯୁବକଙ୍କ ତଣ୍ଟି କାଟି ନିର୍ମମ ହତ୍ୟା କରାଯାଇଛି। ସିଟି ରୋଡ୍‌‌ ନିକଟରେ ଯୁବକଙ୍କ ଗଳାକାଟି ହତ୍ୟା କରି ଦୁର୍ବୃତ୍ତ ନଳାରେ ଫିଙ୍ଗି ଦେଇଛନ୍ତି। ଧାରୁଆ ଅସ୍ତ୍ରରେ ଅତି ବିଭତ୍ସ ଭାବେ ତଣ୍ଟି କଟାଯାଇଛି। ମୃତ ବ୍ୟକ୍ତିଙ୍କ ନାମ ବିକ୍ରମ କେଶରୀ ପ୍ରଧାନ (ବୟସ ୩୦ ବର୍ଷ ) ଏବଂ ଘର ବାଲିଗୁଆଳି ଗ୍ରାମରେ। ହୋଟେଲ ସଫାରି ଇଣ୍ଟର୍ ନ୍ୟାସନାଲରେ ସେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ସମୁଦ୍ରକୂଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories