www.samajalive.in
Wednesday, December 10, 2025
16.1 C
Bhubaneswar

ଲଦାଖରେ ଚୀନ୍‌ର ନିର୍ମାଣ କାର୍ଯ୍ୟ ଚିନ୍ତାଜନକ

ନୂଆଦିଲ୍ଲୀ: ଆମେରିକା ସେନାର ବରିଷ୍ଠ ଜେନେରାଲ ଚାର୍ଲସ୍‌ ଏ. ଫ୍ଲିନ୍‌ ଲଦାଖ ଅଞ୍ଚଳରେ ଚୀନ୍‌ ସେନା ଚଳାଇଥିବା ଭିତ୍ତିଭୂମି ନିର୍ମାଣକୁ ଚିନ୍ତାଜନକ ବୋଲି ଦର୍ଶାଇଛନ୍ତି। ଫ୍ଲିନ୍‌ ହେଉଛନ୍ତି ଆମେରିକା ସେନାର ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ କମାଣ୍ଡିଂ ଜେନେରାଲ। ଚୀନ୍‌ କାରବାରକୁ ସେ ଅତ୍ୟନ୍ତ କ୍ଷତିକାରକ ଓ ଭ୍ରଷ୍ଟ ବୋଲି ମଧ୍ୟ କହିଛନ୍ତି। ହିମାଳୟ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ପଶ୍ଚିମ କମାଣ୍ଡ ଥିଏଟରରେ ନିର୍ମିତ ପ୍ରକଳ୍ପ ସମସ୍ତଙ୍କୁ ଚମକାଇ ଦେବା ଭଳି ହୋଇଛି। ଏଭଳି ଚତୁରତା ତଥା କପଟତା ଚୀନ୍‌ର ବାସ୍ତବ ବିସ୍ତାରବାଦୀ ଚରିତ୍ର ପ୍ରମାଣିତ କରୁଛି। ଏହା ସମ୍ପୂର୍ଣ୍ଣ ଏକପାଖିଆ ଦଖଲଦାରୀ। ସମଗ୍ର ସ୍ଥିତିକୁ ଏହା ଗୋଳମାଳିକା କରୁଥିବାରୁ କୌଣସି ପକ୍ଷେ ଏହି ପ୍ରକଳ୍ପ ଚୀନ୍‌ର ଉଦ୍ଦେଶ୍ୟ ସାଧନ କରିବ ନାହିଁ।

ଭାରତ ଓ ଆମେରିକା ପକ୍ଷରୁ ମିଳିତ ଭାବେ ଲଦାଖର ପ୍ରୟାୟ ୧୦ହଜାର ଫୁଟ ଉଚ୍ଚରେ ସମରାଭ୍ୟାସ ଯୋଜନା ରହିଛି। ଏହି ପରିପ୍ରେକ୍ଷୀରେ ଜେନେରାଲ ଫ୍ଲିନ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ଅକ୍ଟୋବରରେ ପ୍ରସ୍ତାବିତ ସମରାଭ୍ୟାସ ହେବାକୁ ଥିବାବେଳେ ଜେନେରାଲ ଏହାର ସ୍ଥାନ ନିର୍ଦ୍ଧାରଣ ହୋଇ ନାହିଁ। ଏହା ପରେ ଭାରତୀୟ ସେନା ସମାନ ପରିବେଶରେ ଆମେରିକାର ଆଲାସ୍କାଠାରେ ସମରାଭ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏଥିରେ ନୂଆ ବୈଷୟିକ ଜ୍ଞାନକୌଶଳ ଉପଯୋଗ ସହ ସାମରିକ ସରଞ୍ଜାମ ପରିବହନ ଓ ସୂଚନା ଆଦାନ ପ୍ରଦାନ ମଧ୍ୟ ହେବ। ଏହାଦ୍ବାରା ଉଚ୍ଚ ପାର୍ବତ୍ୟାଞ୍ଚଳରେ ଯୁଦ୍ଧ କୌଶଳର ତାଲିମ ହୋଇପାରିବ।

- Advertisement -

ଚୀନ୍‌ ସେନା ସମ୍ପ୍ରତି ପୂର୍ବ ଲଦାଖର ପାନଗଙ୍ଗ ହ୍ରଦରେ ଦ୍ବିତୀୟ ସେତୁ ନିର୍ମାଣ କରୁଛି। ଲଦାଖ ସେକ୍ଟରରେ ଦୁଇଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବାବେଳେ ଚୀନ ଏହାର ସାମରିକ ଭିତ୍ତିଭୂମି ବୃଦ୍ଧି କରିବାରେ ଲାଗିଛି। ଚୀନ ପାଙ୍ଗଅଙ୍ଗ ହ୍ରଦରେ ପୂର୍ବରୁ ଗୋଟିଏ ସେତୁ ନିର୍ମାଣ କରିସାରିଥିବାବେଳେ ଏବେ ଆଉ ଏକ ବଡ ସେତୁ ନିର୍ମାଣ କରୁଥିବା ଉପଗ୍ରହ ଚିତ୍ରରୁ ଜଣାପଡିଛି। ପ୍ରଥମ ସେତୁ ତୁଳନାରେ ଦ୍ବିତୀୟ ସେତୁଟି ଅଧିକ ଓସାର। ଏଥିରେ ଟ୍ୟାଙ୍କ ଓ ଅନ୍ୟ ବଡ ସେନା ଗାଡି ଯିବାଆସିବା କରିପାରିବ। ଏପ୍ରିଲରେ ପ୍ରଥମ ସେତୁ ନିର୍ମାଣ ଶେଷ ହୋଇଥିବାବେଳେ ଦ୍ବିତୀୟ ସେତୁଟି ନିର୍ମାଣ ଚାଲିଛି। ଏହା ଚୀନ୍‌ ସେନା ଘାଟି ଥିବା ହ୍ରଦର ପୂର୍ବ ପାଖ ରୁତୋଗକୁ ସଂଯୋଗ କରୁଛି। ଉଭୟ ସେତୁ ନିର୍ମାଣ ଅଞ୍ଚଳକୁ ଚୀନ ୧୯୬୦ରୁ ବେଆଇନ ଭାବେ ନିଜ ଅକ୍ତିଆରରେ ରଖିଛି।

୨୦୨୦ ଏପ୍ରିଲ-ମେରୁ ପୂର୍ବ ଲଦାଖ ଅଞ୍ଚଳରେ ସୀମା ବିବାଦ ଲାଗି ରହିଛି। ଚୀନ ନିର୍ମାଣ କରୁଥିବା ଦ୍ବିତୀୟ ସେତୁ ଏହାର ଅଧିକୃତ ଅଞ୍ଚଳ। ଭାରତୀୟ ଅଞ୍ଚଳରେ ଏହା ଆସୁ ନାହିଁ। ଏହା ସତ୍ତ୍ବେ ଚୀନ୍‌ର ଏଭଳି କାର୍ଯ୍ୟକୁ ଭାରତ ସରକାର ଗ୍ରହଣ କରି ନାହାନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଲଦାଖର ଗଲୱାନ ଉପତ୍ୟକା, ପାଙ୍ଗଅଙ୍ଗ ହ୍ରଦ ଓ ଗୋଗ୍ରା ଅଞ୍ଚଳରେ ଏବେ ପ୍ରାୟ ୬୦ହଜାର ସୈନ୍ୟ ମୁତୟନ ଅଛନ୍ତି। ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଦୁଇଦେଶ ମଧ୍ୟରେ ୧୫ଟି ପର୍ଯ୍ୟାୟରେ ସାମରିକ କଥାବାର୍ତ୍ତା ହୋଇସାରିଲାଣି; କିନ୍ତୁ ବିଶେଷ କିଛି ସୁଫଳ ମିଳି ନାହିଁ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories