www.samajalive.in
Sunday, December 7, 2025
14.1 C
Bhubaneswar

୨୬/୧ ମୁମ୍ବଇ ଆକ୍ରମଣ: ଷଡ଼ଯନ୍ତ୍ରକାରୀଙ୍କ ସୂଚନା ପାଇଁ ଆମେରିକାର ପୁରସ୍କାର ଘୋଷଣା

ୱାଶିଂଟନ : ୨୬/୧୧ ମୁମ୍ବଇ ଆକ୍ରମଣର ଆତଙ୍କବାଦୀ, ଷଡଯନ୍ତ୍ରକାରୀ ତଥା ସେମାନଙ୍କୁ ସହଯୋଗ ଏବଂ ପ୍ରୋତ୍ସାହନ ଦେଇଥିବା ଦେଶ ତଥା ବ୍ୟକ୍ତିବିଶେଷଙ୍କୁ ଧରାଇବେଦା ଲାଗି ଆମେରିକା ସୋମବାର ପୁରସ୍କାର ଘୋଷଣା କରିଛି। ଯେଉଁ ବ୍ୟକ୍ତି ସେମାନଙ୍କୁ ଗିରଫ କରିବା ତଥା ଦୋଷୀ ସାବ୍ୟସ୍ତ କରିବା ଭଳି ସୂଚନା ପ୍ରଦାନ କରିବେ ତାଙ୍କୁ ପ୍ରାୟ ୩୫ କୋଟି ଟଙ୍କାର ଊର୍ଦ୍ଧ୍ବ ଅର୍ଥ ପୁରସ୍କାର ବାବଦ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ କୁହାଯାଇଛି। ୧୫ ଦିନ ପୂର୍ବେ ସିଙ୍ଗାପୁରଠାରେ ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସ ସହ ଅନୁଷ୍ଠିତ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବଇ ଆକ୍ରମଣ ପ୍ରସଙ୍ଗ ଉଠାଇଥିଲେ। ମୁମ୍ବଇ ଆକ୍ରମଣର ୧୦ ବର୍ଷ ପରେ ମଧ୍ୟ ଆକ୍ରମଣକାରୀଙ୍କୁ ଗିରଫ କରାଯାଇ ପାରି ନ ଥିବା ନେଇ ଉଭୟ ନେତା ଚିନ୍ତା ବ୍ୟକ୍ତ କରିଥିଲେ। ଆମେରିକୀୟ ବୈଦେଶିକ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ନ୍ୟାୟ ପାଇଁ ପୁରସ୍କାର କାର୍ଯ୍ୟକ୍ରମ ଅଧୀନରେ ଏହି ପୁରସ୍କାର ଘୋଷଣା କରାଯାଇଥିବା ଜଣାପଡିଛି। ଉଲ୍ଲେଖ ଯେ ୨୦୦୮ ନଭେମ୍ବର ୨୬ରୁ ୨୯ ମଧ୍ୟରେ ଲସ୍କର-ଇ-ତୋଏବାର ୧୦ ଆତଙ୍କବାଦୀ ମୁମ୍ବଇରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୬ ଜଣ ଆମେରିକୀୟଙ୍କ ସମେତ ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories