ନୂଆଦିଲ୍ଲୀ: ୟୁନାଇଟେଡ୍ ପ୍ରୋଗ୍ରେସ୍ ଆଲିଆନ୍ସ (ୟୁପିଏ)ର ନାମ ପରିବର୍ତ୍ତନ ହୋଇ ଇଣ୍ଡିଆ ରଖାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବୈଠକରେ ୟୁପିଏର ନୂଆ ନାମ ଇଣ୍ଡିଆନ୍ ନେସ୍ନାଲ୍ ଡେମୋକ୍ରାଟିକ ଇନ୍କ୍ଲୁସିଭ୍ ଆଲିଆନ୍ସ (ଇଣ୍ଡିଆ)ହୋଇଥିବା ଜଣାପଡ଼ିଛି। ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀଙ୍କ ମହାବୈଠକରେ ୨୬ଟି ଦଳ ସାମିଲ ହୋଇ ନିଜର ନୂଆ ନାଁ ସମ୍ପର୍କରେ ଆଲୋଚନା କରିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦୁଇ ଥର କେନ୍ଦ୍ରରେ କ୍ଷମତାରେ ଥିଲା। ଏହାର ଅଧ୍ୟକ୍ଷା ଥିଲେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ ବିରୋଧୀ ଏବେ ଠାରୁ ପ୍ରସ୍ତୁତ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
Popular Categories



