www.samajalive.in
Tuesday, December 9, 2025
15.1 C
Bhubaneswar

ଯୋଗୀ କ୍ୟାବିନେଟର ବଡ଼ ନିଷ୍ପତ୍ତି; ସବୁ ଝିଅଙ୍କୁ ସ୍ନାତକ ପର୍ଯ୍ୟନ୍ତ ମିଳିବ ୧୫ ହଜାର ଟଙ୍କା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜ୍ୟ କ୍ୟାବିନେଟ ବୈଠକରେ ‘କନ୍ୟା ସମୁଙ୍ଗଳା’ ଯୋଜନା ଲାଗୁ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଯୋଜନା ଅନୁସାରେ ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାର ଝିଅଙ୍କୁ ଜନ୍ମରୁ ସ୍ନାତକ ପର୍ଯ୍ୟନ୍ତ ପାଠ ପଢିବା ପାଇଁ ୫ଟି ପ୍ରର୍ଯ୍ୟାୟରେ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ଶକ୍ତି ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି ଯେ ଯୋଜନାର ହିତାଧିକାରୀଙ୍କ ପରିବାରର ଆୟ ସୀମା ପ୍ରଥମେ ୧.୮୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିବାକୁ ପ୍ରସ୍ତାବ ରହିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଆୟ ସୀମା ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ ଓ ଏହାକୁ କ୍ୟାବିନେଟ୍‍ ମଞ୍ଜୁରୀ ପ୍ରଦାନ କରିଛି। ଏହି କ୍ରମରେ ମାସକୁ ୨୫ ହଜାର ଟଙ୍କା ଆୟ କରୁଥିବା ପରିବାରକୁ ଏହି ଯୋଜନାର ଲାଭ ମିଳିପାରିବ। ଯୋଜନାର ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ଏହି ଯୋଜନା ଦ୍ୱାରା ସରକାର ନିମ୍ନମଧ୍ୟବିତ ବର୍ଗର ସବୁ ଲୋକଙ୍କ ପାଖରେ ପହଞ୍ଚିପାରିବେ।
ଯୋଜନା ଅନୁସାରେ ଏପରି ମିଳିବ ସହାୟତା
କନ୍ୟା ଜନ୍ମ ହେଲା ୧୦୦୦ ଟଙ୍କା
ଟିକାକରଣ ପୂର୍ଣ୍ଣ ହେବା ପରେ ୨୦୦୦ ଟଙ୍କା
ପ୍ରଥମ ଶ୍ରେଣୀରେ ପ୍ରବେଶ କରିବା ପରେ ୨୦୦୦ ଟଙ୍କା
ଷଷ୍ଠ ଶ୍ରେଣୀରେ ପ୍ରବେଶ କରିବା ପରେ ୨୦୦୦ ଟଙ୍କା
ନବମ ଶ୍ରେଣୀରେ ପ୍ରବେଶ କରିବା ପରେ ୩୦୦୦ ଟଙ୍କା
ଦ୍ୱାଦଶ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ସ୍ନାତକ କିମ୍ବା ଦୁଇ କିମ୍ବା ଅଧିକ ବର୍ଷିଆ ଡିପ୍ଲୋମାରେ ନାମ ଲେଖାଇବା ପରେ ୫୦୦୦ ଟଙ୍କା ମିଳିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories