www.samajalive.in
Sunday, December 7, 2025
26.1 C
Bhubaneswar

ଉନ୍ନାଓରେ ବିଜେପି ବିଧାୟକଙ୍କ ବଳାତ୍କାର ମାମଲା – ପୀଡିତାଙ୍କୁ ଟ୍ରକ ମଡାଇ ହତ୍ୟା ଉଦ୍ୟମ! ଅବସ୍ଥା ସଙ୍କଟାପନ୍ନ

ଲକ୍ଷ୍ମୌ .- ଉନ୍ନାଓର ବାହୁବଳୀ ବିଧାୟକ କୁଲଦୀପ ସେଂଗାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ପୀଡିତାଙ୍କୁ ଟ୍ରକ ମଡାଇ ହତ୍ୟା ଉଦ୍ୟମ କରାଯାଇଛି । ଏହି ଘଟଣାରେ ପୀଡିତାଙ୍କ ମାଆ  , ଖୁଡୀ ଓ ଗାଡି ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ପୀଡିତା ଓ ତାଙ୍କ ଓକିଲଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଏବେ ଏହି ଘଟଣା ସନ୍ଦେହ ପୂର୍ଣ୍ଣ ହୋଇଥିବା ବେଳେ କଂଗ୍ରେସ ଏହାର ତଦନ୍ତ ଦାବି କରିଛି । ପୀଡିତାଙ୍କୁ ଦିଆଯାଇଥିବା ସୁରକ୍ଷାକର୍ମୀ ଏହି ଘଟଣାବେଳେ ଉପସ୍ଥିତ ନଥିଲେ । ପୀଡିତାଙ୍କୁ ୨ ଜଣ ମହିଳା ଓ ଜଣେ ପୁରୁଷ ପୁଲିସ କନେଷ୍ଟବଳ ସୁରକ୍ଷା ପାଇଁ ଦିଆଯାଇଥିଲା । କେବଳ ସେତିକି ନୁହେଁ ଦୁର୍ଘଟଣା ଘଟାଇଥିବା ଟ୍ରାକ୍‌ର ନମ୍ବର ପ୍ଲେଟରେ କଳାରଙ୍ଗ ଲଗାଯାଇଛି ।

- Advertisement -

ପୂର୍ବରୁ ପୀଡିତାଙ୍କ ବାପାଙ୍କୁ ବିଧାୟକଙ୍କ ଭାଇ ଓ ସମର୍ଥକ ନିସ୍ତୁକ ପିଟିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସିବିଆଇ ଏହି ଘଟଣାର ତଦନ୍ତ କରୁଛି । ଏମାନେ ସାକ୍ଷୀ ଥିଲେ । ପୀଡିତାଙ୍କ ଗାଡିକୁ ରାଏବରେଲୀର ଗୁରୁବକ୍ସଗଞ୍ଜ ନିକଟରିଥିବେ ଅତୁରା ଆଉଟପୋଷ୍ଟ ନିକଟରେ ଟ୍ରକ ମଡାଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ସମସ୍ତ ବିରୋଧ ଦଳ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ପୀଡିତାଙ୍କ ଓକିଲଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ପୁଲିସ ସୂଚନା ଦେଇଛି ।

ପୀଡିତାଙ୍କର ପରିବାର ଲୋକ ତାଙ୍କ ପରିବାରକୁ ନିଶ୍ଚିହ୍ନ କରିବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories