ବିବାହ ଉତ୍ସବରେ ଏମିତି ଆୟୋଜନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅତିଥି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବିବାହ ଉତ୍ସବକୁ ସ୍ମରଣୀୟ ରଖିବା ପାଇଁ ଲୋକମାନେ ଅନେକ କିଛି କରୁଛନ୍ତି । କିଏ ବଡ ଜାକଜମକରେ ବିବାହ କରୁଛି ତ ଆଉ କିଏ ଅତିଥିଙ୍କ ପାଇଁ ଭୋଜି ଭାତରେ ଅନେକ ପ୍ରକାର ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରୁଛି । ଲୋକମାନେ ପାଣି ଭଳି ପଇସା ବୁହାଇ ଦେଉଛନ୍ତି । ଏମିତି ଏକ ବିବାହ ଉତ୍ସବ ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ ବିବାହ ଭୋଜିରେ ଅତିଥିଙ୍କ ପାଇଁ ସିଂହାସନ ଭଳି ଚୌକି ଲାଗିଛି ଯେଉଁଥିରେ ସେମାନେ ଭୋଜନ କରୁଛନ୍ତି । ଖାଲି ସେତିକି ନୁହେଁ, ଖାଉଥିବା ଥାଳି ବା ପ୍ଲେଟ ମଧ୍ୟ ରାଜକୀୟ ଢଙ୍ଗରେ ପ୍ରସ୍ତୁତ ହୋଇଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଏହି ଭିଡିଓ ଦକ୍ଷିଣ ଭାରତର ବୋଲି କୁହାଯାଉଛି । ଏଠାରେ ଏକ ବିବାହ ଉତ୍ସବରେ ଅତିଥିଙ୍କୁ ଭୋଜନ ପରଷିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଭିଡିଓ ଦେଖି ଆପଣ ନିଶ୍ଚୟ ଚକିତ ହୋଇଯିବେ । ଏହା ଦେଖିବା ପାଇଁ ବହୁତ ସୁନ୍ଦର ଲାଗୁଛି । ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି । ସମସ୍ତେ ଏହି ଭିଡିଓକୁ ସେୟାର କରିବା ସହ କମେଣ୍ଟରେ ଭୋଜିର ଆୟୋଜକଙ୍କୁ ପ୍ରଶଂସା କରୁଛନ୍ତି ।

Comments are closed.