www.samajalive.in
Monday, December 8, 2025
14.1 C
Bhubaneswar

‘ରଙ୍ଗୀନ ମାଛ’ ଆପ୍ ଆରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂ

ଭୁବନେଶ୍ବର: କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ଆଇସିଏଆର-ସିଫା)ରେ “ରଙ୍ଗିନ ମାଛ” ମୋବାଇଲ୍ ଆପ୍‌ ( “Rangeen Machhli” Mobile App)କୁ କେନ୍ଦ୍ର ମତ୍ସ୍ୟ ଚାଷ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଓରଫ ଲଲନ ସିଂ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ସହଯୋଗରେ ଆଇସିଏଆର-ସିଫା ଦ୍ୱାରା ବିକଶିତ ଏହି ଆପ୍ ରଙ୍ଗିନ ମତ୍ସ୍ୟ ଚାଷ କ୍ଷେତ୍ରର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ଆପ ହବିଷ୍ଟ, ଆକ୍ୱାରିୟମ ଦୋକାନ ମାଲିକ ଏବଂ ମାଛ ଚାଷୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଉତ୍ସ ଭାବେ ବିବେଚିତ ହେବ। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ରଙ୍ଗିନ ମତ୍ସ୍ୟ ଚାଷ କ୍ଷେତ୍ରର ବୃଦ୍ଧି ପାଉଥିବା ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ଏହି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ଏବଂ ଏହାର ଅଭିବୃଦ୍ଧି ଉପରେ ମନ୍ତ୍ରାଳୟ ଗୁରୁତ୍ୱ ଦେଉଛି। ଆକ୍ୱାରିୟମ ଅଭିଯାନକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରାଯିବା ଉଚିତ।

- Advertisement -

“ରଙ୍ଗିନ ମାଛ” ଆପ୍ ଆଠଟି ଭାରତୀୟ ଭାଷାରେ ଲୋକପ୍ରିଯ଼ ରଙ୍ଗିନ ମାଛ ପ୍ରଜାତି ଉପରେ ବହୁଭାଷୀ ସୂଚନା ପ୍ରଦାନ କରିଥାଏ। ବିଭିନ୍ନ ରଙ୍ଗିନ ମାଛ ପ୍ରଜାତିର ବିଭିଧତା ଯତ୍ନ, ପ୍ରଜନନ ଓ  ରକ୍ଷଣାବେକ୍ଷଣର ପଦ୍ଧତି ଉପରେ ଏହି ଆପ ଆଗ୍ରହୀ ଚାଷୀମାନଙ୍କ ପାଇଁ ବିସ୍ତୃତ ବିବରଣୀ ପ୍ରଦାନ କରିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories