www.samajalive.in
Sunday, December 14, 2025
17.1 C
Bhubaneswar

ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜା ରୋଡମ୍ୟାପ୍‍ ବିକଶିତ ହେଉଛି : ଧର୍ମେନ୍ଦ୍ର ପ୍ରଧାନ

-ଆତ୍ମନିର୍ଭର ଉର୍ଜାରେ ସାମିଲ ପାଇଁ ସବୁ ଭାରତୀୟ କମ୍ପାନୀଙ୍କୁ ନିମନ୍ତ୍ରଣ
-ଉର୍ଜା କ୍ଷେତ୍ରକୁ ଅଧିକ ଆତ୍ମନିର୍ଭର କରିବ ଆତ୍ମନିର୍ଭର ଉର୍ଜା ପଦକ୍ଷେପ
-୫ ଟ୍ରିଲିୟନ ଡ଼ଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ କରିବାରେ ଉର୍ଜା ହେବ ପ୍ରମୁଖ କ୍ଷେତ୍ର
-ବିଗତ ୬ ବର୍ଷରେ ଭାରତର ଉର୍ଜା ସ୍ଥାପତ୍ୟରେ ବଡ଼ ପରିବର୍ତନ
-ଉର୍ଜା ମାଧ୍ୟମରେ ଦେଶବାସୀଙ୍କ ଜୀବନରେ ପରିବର୍ତନ ଆଣିବା ଲକ୍ଷ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜାର ଏକ ସ୍ୱଚ୍ଛ ରୋଡମ୍ୟାପକୁ ବିକଶିତ କରାଯାଉଛି ବୋଲି ଗୁରୁବାର ଆସୋସିଏଟେଡ୍‍ ଚାମ୍ବରସ୍‍ ଅଫ୍‍ କମର୍ସ ଆଣ୍ଡ୍‍ ଇଣ୍ଡଷ୍ଟ୍ରି ଅଫ୍‍ ଇଣ୍ଡିଆ(ଆସୋଚାମ୍‍)ର ପ୍ରତିଷ୍ଠା ସପ୍ତାହ -୨୦୨୦ ଅବସରରେ ଆୟୋଜିତ “ଭାରତର ବିକାଶ ପଥରେ ଇନ୍ଧନକୁ ଉର୍ଜାର ରୂପାନ୍ତରଣ” ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଳିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଉର୍ଜା କ୍ଷେତ୍ରକୁ ବୃହତ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଉର୍ଜା ପଦକ୍ଷେପରେ ସାମିଲ ହେବା ପାଇଁ ଭାରତର ସମସ୍ତ ସରକାରୀ ଓ ବେସରକାରୀ କମ୍ପାନୀ(ଇଣ୍ଡିଆନ ଆଇଏନସି)କୁ ନିମନ୍ତ୍ରଣ କରିବା ସହ ଦେଶରେ ଉର୍ଜା ନ୍ୟାୟ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ଉର୍ଜା ଦାରିଦ୍ର୍ୟକୁ ସମାପ୍ତ କରିବାକୁ ହେବ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟଙ୍କ ଜୀବନରେ ଅଧିକ ଉନ୍ନତି ଆଣିବା ପାଇଁ ଅଧିକ ଉର୍ଜାର ଆବଶ୍ୟକତା ରହିଛି। ଆମର ଉର୍ଜା କ୍ଷେତ୍ର ଅଭିବୃଦ୍ଧି କେନ୍ଦ୍ରିକ, ଶିଳ୍ପ ଅନୁକୂଳ ଏବଂ ପରିବେଶ ସନ୍ତୁଳିତ। ଆମର ଜାତୀୟ ବିକାଶ ଏବଂ ଆଗାମୀ ବର୍ଷରେ ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତି ଲକ୍ଷ୍ୟକୁ ହାସଲ କରିବାରେ ଉର୍ଜା ଏକ ପ୍ରମୁଖ କ୍ଷେତ୍ରର ମାଧ୍ୟମ ହେବ।
ବିଗତ ୬ ବର୍ଷରେ ଭାରତର ଉର୍ଜା କ୍ଷେତ୍ରରେ ଏକ ବଡ଼ ପରିବର୍ତନ ହୋଇଛି। ଯଦ୍ୱାରା ଦେଶରେ ଉର୍ଜା ଦାରିଦ୍ର୍ୟକୁ ଶେଷ କରିବା ଦିଗରେ ଆମର ଏକ ବୃହତ ଇଚ୍ଛାଶକ୍ତି ଦୃଢ ହୋଇଛି। କୋଭିଡ୍‍-୧୯ର ସଂକଟକୁ ଉର୍ଜା କ୍ଷେତ୍ର ସୁଯୋଗରେ ପରିଣତ କରିଛି। କୋଭିଡ-୧୯ର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନିରନ୍ତର ସଂସ୍କାର ଏବଂ ସଠିକ୍‍ ଦୂରଦୃଷ୍ଟି ଭାରତକୁ ଅଧିକ ଆତ୍ମନିର୍ଭର କରିବା ପାଇଁ ବଡ ଖୋରାକ୍‍ ଯୋଗାଇଛି। ଶିଳ୍ପ ସମୂହଙ୍କ ଅଂଶଗ୍ରହଣ ଏବଂ ପୁଞ୍ଜନିବେଶ ସହ ଦେଶର ଉର୍ଜା କ୍ଷେତ୍ର ଅନେକ ସୁଯୋଗ ଆଣିଦେଇଛି।
ଉର୍ଜା କ୍ଷେତ୍ର ତଥା ଅନ୍ୱେଷଣ ଏବଂ ଉତ୍ପାଦନ (ଇଏବଂପି), ବିଶୋଧନାଗାର, ଜୈବଇନ୍ଧନ, ଷ୍ଟ୍ରାଟେଜିକ୍‍ ପେଟ୍ରୋଲିୟମ ଭଣ୍ଡାର, ଏଲଏନଜି କ୍ଷମତା ବୃଦ୍ଧି, ଗବେଷଣା ଏବଂ ବିକାଶ(ଆରଏବଂଡ଼ି) କ୍ଷେତ୍ରର ବିକାଶ ପାଇଁ ସବୁପ୍ରକାର ଉଦ୍ୟମ ଜାରୀ ରହିଛି। ଏହି ଆଧାରରେ ସ୍ୱଚ୍ଛ ମାର୍ଗକୁ ଗ୍ରହଣ ଆଣିବା,ଆର୍ଥିକ ବିକାଶ, ଦେଶବାସୀଙ୍କ ପାଇଁ ନୂଆ ସୁଯୋଗ ପ୍ରଦାନ କରିବା ଦିଗରେ ଦୃଷ୍ଟି ଦିଆଯାଉଛି।
ଦେଶରେ ପାଇପ ଲାଇନ, ସିଟି ଗ୍ୟାସ ବିତରଣ, ଏଲଏନଜି, ରି-ଗ୍ୟାସିଫିକେସନ ଟର୍ମିନାଲ ସହ ଗ୍ୟାସ ଭିତିଭୂମିର ବିକାଶ ପାଇଁ ୬୦ ବିଲିୟନ ଆମେରିକୀୟ ଡଲାର ପୁଞ୍ଜନିବେଶ କରାଯାଉଛି। ସେହିପରି ୨୦ ବିଲିୟନ ଆମେରିକୀୟ ଡଲାର ନିବେଶରେ ଆଗାମୀ ଦିନରେ ଭାରତ ସରକାର ୫ ହଜାର ସିବିଜି ପ୍ଳାଣ୍ଟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି। ଏହି ସିବିଜି ପ୍ଳାଣ୍ଟରେ ବାର୍ଷିକ ୧୫ ମିଲିୟନ ମେଟ୍ରିକ ଟନ ସିବିଜି ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି। ବର୍ତମାନ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ୧୫୦୦ ସିବିଜି ପ୍ଳାଣ୍ଟର କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories