www.samajalive.in
Wednesday, December 10, 2025
26.1 C
Bhubaneswar

ଯୁବକଙ୍କୁ ପ୍ରତି ସପ୍ତାହରେ କାମୁଡୁଛି ସାପ, ମାସକୁ ୫ଥର ଗଲେଣି ହସ୍ପିଟାଲ

ନୂଆଦିଲ୍ଲୀ : ବିଶ୍ବାସ କରିବା କଷ୍ଟ କିନ୍ତୁ ସତ । ଫତେହପୁରରେ ସୌରା ଗାଁର ୨୪ ବର୍ଷୀୟ ବିକାଶ ଦୁବେଙ୍କୁ ଲଗାତର ସାପ ପିଛା କରୁଛି । ପ୍ରତି ସପ୍ତାହରେ ଥରେ ତାଙ୍କୁ ସାପ କାମୁଡୁଛି । ସେ ଚିକିତ୍ସା ଦ୍ବାରା ଠିକ୍ ମଧ୍ୟ ହୋଇଯାଉଛନ୍ତି । ଶେଷରେ ସେ ଘର ଛାଡି ନିଜ ମାଉସୀ ଘରେ ରହିବାକୁ ଲାଗିବା ପରେ ସେଠାରେ ମଧ୍ୟ ତାଙ୍କ ସାପ ଦଂଶନ କରିଛି । ଗତ ୩୦ ଦିନରେ ୫ ଥର ତାଙ୍କୁ ସାପ କାମୁଡିଛି ।

ମଲଓ୍ବା ଥାନାର ସୌରା ଅଧିବାସୀ ୨୪ ବର୍ଷୀୟ ବିକାଶ ଦୁବେ କୁହନ୍ତି କି ପ୍ରଥମ ଥର ୨ ଜୁନରେ ତାଙ୍କୁ ପ୍ରଥମ ଥର ସାପ କାମୁଡିଥିଲା । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କଲେ । ସେଠାରେ ୨ ଦିନ ରହିଲେ । ଚିକିତ୍ସା ପରେ ସେ ଠିକ୍ ହୋଇ ଘରକୁ ଆସିଲେ । ଏହା ପରେ ପୁଣି ୧୦ ଜୁନ ରାତିରେ ତାଙ୍କୁ ଆଉ ଏକ ସାପ କାମୁଡିଲା । ସେହି ହସ୍ପିଟାଲରେ ପୁଣି ତାଙ୍କ ଚିକିତ୍ସା କରାଗଲା । ଠିକ୍ ହୋଇ ସେ ଘରକୁ ଆସିଲେ । କିନ୍ତୁ ଏଥର ସେ ସବୁବେଳେ ସତର୍କ ହୋଇ ଚଳିଲେ । ସାପ ପ୍ରତି ତାଙ୍କର ବହୁତ ଭୟ ଆସିଗଲା । କିନ୍ତୁ ଏହାର ୭ ଦିନ ପରେ ୧୭ ଜୁନରେ ତାଙ୍କୁ ପୁଣି ଘର ଭିତରେ ଏକ ସାପ କାମୁଡିଦେଲା । ପୁଣି ହସ୍ପିଟାଲରୁ ଠିକ୍ ହୋଇ ସେ ଘରକୁ ଆସିଲେ ।

- Advertisement -

ଏହା ପରେ ସମସ୍ତେ ତାଙ୍କୁ ଅନ୍ୟ କେଉଁ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଲେ । ସେ ୧୨ କିଲୋମିଟର ଦୂର ନିଜ ମାଉସୀ ଘରକୁ ରହିବାକୁ ଚାଲିଗଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ସେଠି ମଧ୍ୟ ଘର ନିକଟରେ ତାଙ୍କୁ ଏକ ସାପ କାମୁଡିଦେଲା । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଗଲା । ତାଙ୍କ ମାମୁଁ କାମତାନାଥ କୁହନ୍ତି କି ଏହା ଅତି ଆଶ୍ଚର୍ଯ୍ୟର କଥା । ଯଦିଓ ସେ ସୁସ୍ଥ ଅଛନ୍ତି କିନ୍ତୁ ବାରମ୍ବାର ଚିକିତ୍ସା ଦ୍ବାରା ପଇସା ଓ ସମୟ ଉଭୟ ଖର୍ଚ୍ଚ ହେଉଛି । ଘର ନିକଟରେ ଅନେକ ଖୋଜାଖୋଜି ପରେ ମଧ୍ୟ ସାପ ମିଳିଲାନି ।

ଏନଡିଏ ସାଂସଦଙ୍କୁ ଏମିତି କହିଲେ ମୋଦୀ

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories