www.samajalive.in
Wednesday, December 10, 2025
26.1 C
Bhubaneswar

ଆଠଗଡରେ ଖୁଣ୍ଟୁଣୀ ଏକ ଶାନ୍ତିପୂର୍ଣ୍ଣ ଗାଁ, ବନ୍ଧୁତ୍ୱ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥାଏ

ଗୁରୁଡିଝାଟିଆ: ଆଠଗଡରେ ଖୁଣ୍ଟୁଣୀ ଏକ ଶାନ୍ତିପୂର୍ଣ୍ଣ ଗାଁ । ଭାଇଚାରା ,ସାମୁହିକ ବିକାଶ ଓ ବନ୍ଧୁତ୍ୱ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥାଏ । ମିଳିମିଶି ବିକାଶ ପ୍ରକ୍ରିୟାକୁ ତ୍ୱାରନ୍ୱିତ କରିବାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାଏ । ହେଲେ ଗତକାଲି ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ପରିସରରେ ନୂତନ କରି ଟ୍ରମା କେୟାର କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ବିଜେପି କର୍ମୀଙ୍କ ହିଂସାତ୍ମକ ଆଚରଣ ସାଙ୍ଗକୁ ମାରଧର ସ୍ଥାନୀୟ ଅଞ୍ଚଳରେ ଏକ ବିଶୃଙ୍ଖଳିତ ବାତାବରଣ ସୃଷ୍ଟି କରିଛି। ବିକାଶ ପ୍ରକ୍ରିୟାରେ ସମସ୍ତେ ମିଳିମିଶି କାର୍ଯ୍ୟକଲେ ପ୍ରଗତି ସମ୍ଭବ ହେଲେ ବିଜେପି ବିଧାନସଭା ପରାଜିତ ପ୍ରାର୍ଥୀ ଅଭୟ କୁମାର ବାରିକ କୌଣସି ପଦପଦବୀ ରେ ବା ଲୋକପ୍ରତିନିଧି ନଥାଇ ଚିକିତ୍ସାଳୟ ପରିସରେ ଅଯୋଚିତ ଭାବେ ଆସି ପହଞ୍ôଚ ଉତ୍ତେଜନା ସୃଷ୍ଟି କରିବା ଓ ତାଙ୍କ ଉପସ୍ଥିତିରେ ବିଜେପି କର୍ମୀମାନେ ବିଜେଡି କର୍ମୀମାନଙ୍କୁ ଗାଳିଗୁଲଜ ଓ ମାରଧର କରିବା ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ ଘଟଣା ।

ଏପରିକି ସମିତିସଭ୍ୟ ଗଗନ ବିହାରୀ ପରିଡାକୁ ମାଡ ମାରିଥିଲେ । ଆଜି ଅପରାହ୍ନରେ ଖୁଣ୍ଟୁଣୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ବିଜୁ ଜନତା ଦଳ ତଥା ଦଳୀୟ କର୍ମୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ବିଜେପି କର୍ମୀମାନେ ଏଥିରୁ ନିବୃତ୍ତ ରହିବା ପାଇଁ ନିବେଦନ କରିଛନ୍ତି । ବରିଷ୍ଠ ବିଜେଡି ନେତା ବିପିନ ବିହାରୀ ପ୍ରଧାନ, ସରପଞ୍ଚ କୈଳାସ ଚନ୍ଦ୍ର ଦାସ, ସମିତିସଭ୍ୟ ଗଗନ ବିହାରୀ ପରିଡା, ୨ନଂ ଜୋନ ବିଜେଡି ମୁଖପାତ୍ର ସୁଜିତ୍‌ ଜେନା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଥିଲେ ଦଳୀୟ ରାଜନୀତିର ଉଦ୍ଧ୍ୱର୍ରେ ରହି ଅଞ୍ଚଳର ବିକାଶ ପାଇଁ ସମସ୍ତେ ହାତ ମିଳାଇ କାର୍ଯ୍ୟକରିବାର ଆବଶ୍ୟକତା ରହିଛି ।

- Advertisement -

ସରକାରଙ୍କ ପ୍ରଦତ୍ତଅନୁଦାନ ରାଶି ୬ମାସ ପୂର୍ବରୁ ଆସିଥିଲେ ମଧ୍ୟ ନିର୍ବାଚନ ଆଚରଣ ବିଧି ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇପାରିନଥିଲା । କିନ୍ତୁ ଗତକାଲି ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ଗାଁର ମୁରବୀ ,ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ବା ସ୍ଥାନୀୟ ବିଧାୟକ କିମ୍ବା ଗାଁର ମୁରବୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏହା ଶୋଭା ପାଇଥାଆନ୍ତା । କିନ୍ତୁ ଶ୍ରୀ ବାରିକ ନିର୍ବାଚିତ ପ୍ରତିନିଧି ନହୋଇ ସେଠାରେ ଉପସ୍ଥିତ ରହି କର୍ମୀମାନଙ୍କ ସହିତ ଯେଭଳି ହିଂସାତ୍ମକ କାର୍ଯ୍ୟ କଲେ ତାହାକୁ ଏହି ସମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରାଯାଉଛି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories