www.samajalive.in
Wednesday, December 10, 2025
14.1 C
Bhubaneswar

ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା, ସଚେତନତା ସଭା 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ତରଫରୁ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସମ୍ପର୍କରେ, ଥାନା ଅବ୍ୟର୍ଥନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହିଅବସରରେ ଏହିସଭାରେ କଣ୍ଟାବାଞ୍ଜି ଉପ ଆରକ୍ଷୀ ଅଧିକ୍ଷକ ଗୌରାଙ୍ଗ ଚରଣ ସାହୁ, ତହସିଲଦାର ତଥା ଏକଜୁକୁଟିଭ ମାଜିଷ୍ଟ୍ରେଟ ଅଞ୍ଜଳି ମାଝୀ, ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା ଅତିଥି ଭାବରେ  ଉପସ୍ଥିତ ରହି ବ୍ରିଟିଶ ଶାସନ ଅମଳ୧୮୭୦ମସିହାରୁ କାର୍ଯ୍ୟକାରୀ ହେଉଥିବା ଇଣ୍ଡିଆନ ପେନାଲ କୋର୍ଡ ଦଫାସବୁ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ପରିବର୍ତ୍ତନ କରାଯାଇ ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ଗତ ପାର୍ଲିଆମେଣ୍ଟରେ ପାସ ହୋଇଥିଲା। ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଗେଜେଟ ନୋଟିଫିକେସନ ହୋଇଥିଲା। ଏହା ୨୦୨୪ମସିହା ଜୁଲାଇ ୦୧ତାରିଖରୁ ଦେଶରେ ଲାଗୁ ହୋଇଯାଇଛି। ତେଣୁ ପୁରୁଣା ବ୍ରିଟିଶ ଆଇନ ଆଇପିସି ଧାରା ଜୁନ ୩୦ଠାରୁ ବଦଳି ଯାଇଥିବା ସମ୍ପର୍କ ରେ ଉପସ୍ଥିତ ଥିବା ଆଇନଜୀବୀ, ବୁଦ୍ଧିଜୀବୀ ଓ ଜନ ସାଧାରଣଙ୍କୁ ଅବଗତ କରାଇ ଥିଲେ.ନୂତନ ଆଇନ ଭାରତୀୟ ମୂଲ୍ୟବୋଧ ଉପରେ ଆଧାରିତ ବୋଲି ମଂଚାସୀନ ଅତିଥି ସୂଚନା ପ୍ରଦାନ କରିଥିଲେ।
ଆପିସି ରେ ୫୧୧ଧାରା ବଦଳରେ ଭାରତୀୟ ନ୍ୟାୟ ସଂହିତା ରେ ୩୫୮ଧାରା ରହିଛି।ଏଥିରେ ୧୦ଟି ନୂଆ ଅପରାଧ ଯୋଡ଼ା ଯାଇଛି। ଅନେକ ଅପରାଧ ପାଇଁ ସର୍ବ ନିମ୍ନ ଦଣ୍ଡ  ସୁନିଶ୍ଚିତ କରାଯିବାସହ ୦୬ଟି ସାମାନ୍ୟ ଅପରାଧ ପାଇଁ ସମୁଦାୟିକ ସେବା ବ୍ୟବସ୍ଥା ରହିଥିବା ବେଳେ, ଅନେକ ଅପରାଧରେ ଜୋରିମାନା ବୃଦ୍ଧି କରାଯାଇଛି।ମହିଳା ଓ ଶିଶୁ କ୍ଷେତ୍ରରେ ଅପରାଧକୁ ନୂଆ ଆଇନ ରେ ଅଧିକ ଗୁରୁତ୍ୱ ଦିଆ ଯାଇଛି. ତେଣୁ ଥାନା ଅଧିକାରୀ ଜୁଲାଇ 01ତାରିଖ ରୁ ଲାଗୁ ହୋଇଥିବା ନୂତନ ଆଇନ ଉପରେ ସୂଚନା ଦେବାସହ ସଚେତନତା ସୃଷ୍ଟି କରିଥିଲେ. ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ଥାନୀୟ ବାର ତରଫରୁ ଆଇନଜୀବୀ, ପୁଲିସ ଅଧିକାରୀ, ଆମ ପୁଲିସ ସଦସ୍ୟ, ବୁଦ୍ଧିଜୀବୀ ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories