www.samajalive.in
Monday, December 15, 2025
24.1 C
Bhubaneswar

ମ୍ୟାଚ୍‌ ଫିକ୍ସିଂ: ଟେନିସ ଅମ୍ପାୟାର, ଟୁର୍ଣ୍ଣାମେଣ୍ଟ ନିର୍ଦେଶକ ନିଲମ୍ବିତ

ଲଣ୍ଡନ: ଏକ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଟେନିସ ଇଣ୍ଟିଗ୍ରିଟି ୟୁନିଟ୍‌ ପକ୍ଷରୁ ବେଲାରୁସ୍‌ର ଜଣେ ଅମ୍ପାୟାର ଏବଂ ୟୁନାନ୍‌ର ଜଣେ ଟୁର୍ଣ୍ଣାମେଣ୍ଟ ନିର୍ଦେଶକଙ୍କୁ ନିଲମ୍ବିତ କରାଯାଇଛି। ଅମ୍ପାୟାର ଏଲେକ୍ସୀ ଇଜୋଟୋଭଙ୍କୁ ୩ବର୍ଷ ପର୍ଯ୍ୟନ୍ତ ନିଲମ୍ବନ କରାଯିବା ସହିତ ୧୦ ହଜାର ଡଲାର ଜରିମାନା ଲାଗୁ କରାଯାଇଛି। ସେହିପରି ଟୁର୍ଣ୍ଣାମେଣ୍ଟ ନିର୍ଦେଶକ ଆଣ୍ଟୋନିସ୍‌ କଲିଟ୍‌ଜକିସଙ୍କୁ ୨୦ ମାସ ନିଲମ୍ବନ ସହିତ ୬ ହଜାର ଡଲାର ଜରିମାନା କରାଯାଇଛି।

ମ୍ୟାଚ୍‌ ଫିକ୍ସିଂ ପାଇଁ ଇଜୋଟୋଭଙ୍କ ସହିତ ଦଲାଲଙ୍କ ତରଫରୁ ସମ୍ପର୍କ କରାଯାଇଥିବାବେଳେ ସେ ଏ ବିଷୟରେ ସୂଚନା ଦେଇ ନ ଥିଲେ। ବରଂ ଅନ୍ୟ ଜଣେ ଅମ୍ପାୟାରଙ୍କୁ ଏଥିରେ ସାମିଲ ହେବାକୁ କହିଥିବା ଅଭିଯୋଗ ହୋଇଥିଲା। ୨୨ ବର୍ଷୀୟା ଇଜୋଟୋଭ୍‌ ୨୦୧୯ରେ ବେଲାରୁସର ମିଂସ୍କରେ ଖେଳାଯାଇଥିବା ଆଇଟିଏଫ ମହିଳା ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାର ଭାବେ ଦାୟିତ୍ଵ ତୁଲାଇଥିଲେ। ଏହି ମ୍ୟାଚ୍‌ଟି ଫିକ୍ସିଂ ହୋଇଥିବା ଅଭି​‌ଯୋଗ ହୋଇଥିଲା।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories