www.samajalive.in
Saturday, December 6, 2025
26.1 C
Bhubaneswar

ବାଙ୍ଗାଲୋରରେ ଗ୍ୟାସ ବିସ୍ଫୋରଣ ଘଟଣା : ଆଖି ବୁଜିଲେ ଆଉ ୨, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଫୁଲବାଣୀ : ବାଙ୍ଗାଲୋର ଠାରେ ଗତ ମଙ୍ଗଳବାର ରାତିରେ ଏକ ଘରେ ଗ୍ୟାସ ହାଣ୍ଡି ଫାଟି ଯିବା ଘଟଣାରେ ବୁଧବାର ଦିନ ଜଣେ ମୃତ୍ୟ ବରଣ କରିଥିବା ବେଳେ ୪ଜଣ ଗୁରୁତର ହୋଇଥିଲେ l ତେବେ ଆଜି ସକାଳେ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ମୃତ ଦୁଇଜଣ ହେଲେ ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ପିତବାସ ପ୍ରଧାନଙ୍କ ଝିଅ ମମତା ପ୍ରଧାନ(୨୨) ଓ କୋଟଗଡ଼ ବ୍ଳକ ଶ୍ରାମ୍ବି ଗ୍ରାମର ଡପକା ପ୍ରଧାନଙ୍କ ଉଦାମ ପ୍ରଧାନ(୩୦) l

ସୂଚନା ଅନୁସାରେ, ଦାରିଙ୍ଗବାଡ଼ି ବ୍ଲକ ଗାହାକିଆ ଗ୍ରାମର ୩ଜଣ ଯୁବତୀ ଓ କୋଟଗଡ଼ ବ୍ଲକ ଶ୍ରାମ୍ବି ଗ୍ରାମର ଜଣେ ଯୁବକ ଓ ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳର ଜଣେ ଯୁବତୀ ବାଙ୍ଗାଲୋର ଠାରେ ଥିବା କମ୍ପାନୀରେ କାମ କରୁଥିବା ବେଳେ ସମସ୍ତେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ l ମଙ୍ଗଳବାର ରାତିରେ ରୋଷେଇ କରିବା ସମୟରେ ଗ୍ୟାସ ହାଣ୍ଡି ଟି ଫାଟି ଯାଇଥିଲା। ଏହି ଘଟଣାରେ ପ୍ରଥମେ ଗାହାକିଆ ଗ୍ରାମର କାଡିଙ୍ଗା ପ୍ରଧାନଙ୍କ ଝିଅ ବରଣୀ ପ୍ରଧାନଙ୍କ( ୨୦) ମୃତ୍ୟ ଘଟିଥିବାବେଳେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ସେହି ଗ୍ରାମର ବିଶ୍ବପତୀ ପ୍ରଧାନଙ୍କ ଝିଅ ଅଞ୍ଜଳି ପ୍ରଧାନ(୨୨) ଓ ବିଷମକଟକ ଅଞ୍ଚଳର ଝିଅ ରାଣୀ ଟିକିରି (୨୩) ଚିକିତ୍ସାଧିନ ଅଛନ୍ତି l

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories