www.samajalive.in
Saturday, December 6, 2025
26.1 C
Bhubaneswar

ଆକର୍ଷଣୀୟ ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ମୁହଁର ସୁନ୍ଦରତା ପାଇଁ ସଭିଏଁ ସର୍ବଦା ଚେଷ୍ଟା କରିଥାଆନ୍ତି। ଆମେ ବହୁ କୃତ୍ରିମ କ୍ରିମର ବ୍ୟବହାର ମଧ୍ୟ କରିଥାଉ। ଏହା ଆମ ମୁହଁକୁ ସୁନ୍ଦର କରିବା ସହ ଏଥିରେ ଥିବା କେମିକାଲ କାରଣରୁ ବହୁ ସମୟରେ ଏହାର କୁପ୍ରଭାବ ଆମ ମୁହଁ ଉପରେ ପଡ଼ିଥାଏ। କିନ୍ତୁ ଏପରି ବହୁ ପ୍ରାକୃତିକ ଉପାୟ ରହିଛି ଯାହାର ବ୍ୟବହାର ଆମ ମୁହଁ ପାଇଁ ଖୁବ ଲାଭଦାୟକ ହୋଇଥାଏ। ତରଭୁଜ ଆମ ମୁହଁ ପାଇଁ ବହୁ ଉପକାରୀ ଅଟେ। ଏହା ଆମକୁ ସନ୍‍ ଟ୍ୟାନ୍ ରୁ ରକ୍ଷା କରିଥାଏ। ଜାଣନ୍ତୁ, ଏହାକୁ କିପରି ବିଭିନ୍ନ ଉପାୟରେ ବ୍ୟବହାର କରିଲେ ଏହା ଆମ ମୁହଁକୁ ଖୁବ ସୁନ୍ଦର ଓ ଉଜ୍ଜଳ କରିଥାଏ।
୩ ଚାମଚ ତରଭୁଜ ରସରେ ଅଳ୍ପ କ୍ଷୀର ମିଶାଇ ଲଗାନ୍ତୁ। ଏହାକୁ ଲଗାଇ ୨୦ ମିନିଟ ମୁହଁରେ ରଖନ୍ତୁ ଓ ଧୋଇ ଦିଅନ୍ତୁ। ଏପରି ନିୟମିତ ୧ ମାସ ଲଗାଇଲେ ଏହା ମୁହଁ ପାଇଁ ବହୁ ଉତ୍ତମ ଫଳ ଦେଇଥାଏ।
ତରଭୁଜ ରସରେ ଅଳ୍ପ ଦହି ମିଶାଇ ମୁହଁରେ ଲଗାନ୍ତୁ ଓ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ ମୁହଁ ଖୁବ ଉଜ୍ଜଳ ହୋଇଥାଏ।
ତରଭୁଜର ରସରେ ତୁଳସୀ ପତ୍ର ରସ , ଗୋଲାପ ଜଳ ମିଶାଇ ଫ୍ରିଜରେ  ରଖନ୍ତୁ ଓ ଏହାକୁ ନିୟମିତ ବ୍ୟବହାର କରନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗକୁ ମଧ୍ୟ ଗୋରା କରିଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories