bjd gruha runa

ରୁଷ୍‌ ତୁରନ୍ତ ଆକ୍ରମଣ ବନ୍ଦ କରୁ : ଆଇସିଜେ

BJD Bijuli 480×75 Mob

ଜେନେଭା : ୟୁକ୍ରେନ୍‌ରେ ରୁଷ୍‌ ଚଳାଇଥିବା ଯୁଦ୍ଧ ବନ୍ଦ କରିବାକୁ ଜାତିସଂଘର ଅଦାଲତ ’ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ’ ରାୟ ଦେଇଛି। ଏଥିସହିତ ରୁଷ୍‌ ସମର୍ଥିତ କୋୖଣସି ସାମରିକ ଅଥବା ସଶସ୍ତ୍ର ଗୋଷ୍ଠୀ ଯେଭଳି ୟୁକ୍ରେନ ମାଟିରେ ଲଢେଇ ଜାରି ନରଖନ୍ତି ସେ ଦିଗରେ ରୁଷ୍‌ ପଦକ୍ଷେପ ନେବାକୁ ମଧ୍ୟ ରାୟରେ କୁହାଯାଇଛି । ଆନ୍ତର୍ଜାତିକ ଅଦାଲତ ପକ୍ଷରୁ ଦିଆଯାଇଥିବା ଏହି ରାୟର ବାଧ୍ୟକାରୀ ପ୍ରଭାବ ପଡିବ ଏବଂ ୟୁକ୍ରେନ ପ୍ରତି ଆନ୍ତର୍ଜାତିକ ଆଇନଗତ ସମର୍ଥନ ମିଳିପାରିବ । ଆଇସିଜେ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ ଉଭୟ ରାଷ୍ଟ୍ର ସେହି ସମସ୍ତ ପଦକ୍ଷେପ ନେବାରୁ ବିରତ ରହିବେ, ଯାହାଦ୍ବାରା ଉତ୍ତେଜନା ପୁନଃ ବୃଦ୍ଧିପାଇବାର ଆଶଙ୍କା ରହିଛି। ରାୟରେ କୁହାଯାଇଛି ଯେ ରୁଷ୍‌ ସାମରିକ କାର୍ଯ୍ୟାନୁଷ୍ଠାନ ଶିକାର ନହେବାର ସମ୍ପୂର୍ଣ୍ଣ ଅଧିକାର ୟୁକ୍ରେନ୍‌ର ରହିଛି । ଏଭଳି ଲଢେଇ ଦ୍ବାରା ସାଧାରଣ ନାଗରିକ ଯେଉଁଭଳି କ୍ଷତିଗ୍ରସ୍ତ ହେଉଛନ୍ତି ତାହା ଅତ୍ୟନ୍ତ ବିପଜ୍ଜନକ ହୋଇପଡିଛି। ଏପରିକି ଅନେକ ଲୋକ ମୋୖଳିକ ଆବଶ୍ୟକତାରୁ ବଂଚିତ ହୋଇଛନ୍ତି। ବହୁ ସଂଖ୍ୟାରେ ନାଗରିକ ଦେଶଛାଡି ପଳାଇବାକୁ ଉଦ୍ୟମ କରୁଥିବା ଆନ୍ତର୍ଜାତିକ ଅଦାଲତ କହିଛନ୍ତି। ରୁଷିଆର ଆକ୍ରମଣ ବିରୋଧରେ ୟୁକ୍ରେନ ଅନ୍ତର୍ଜାତୀୟ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲା ।

ଅନ୍ୟପକ୍ଷରେ ଆଇସିଜେ ନିର୍ଦେଶକୁ ଅବମାନନା କଲେ ରୁଷିଆ ଏକ ଘରିକିଆ ହୋଇପାରେ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମର ଜେଲେନ୍‌‌ସ୍କି କହିଛନ୍ତି।

Comments are closed.