www.samajalive.in
Monday, December 15, 2025
24.1 C
Bhubaneswar

ବ୍ରେକ୍‍ଜିଟ୍‍ ତାରିଖ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘୁଞ୍ଚିଲା

ଲଣ୍ଡନ : ବ୍ରିଟେନ୍‍ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଆଲୋଚନା ପରେ ବ୍ରିକ୍‍ଜିଟ୍‍ (ୟୁରୋପ ସଂଘରୁ ବ୍ରିଟେନ୍‍ ବାହରିଯିବା) ତାରିଖ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ୟୁରୋପୀୟ ସଂଘ ଏବଂ ବ୍ରିଟେନ୍‍ ମଧ୍ୟରେ ଆଲୋଚନା ପରେ ସର୍ବ ସହମ୍ମତିରେ ଏହି ବୁଝାମଣା ହୋଇଥିବା ସୂଚନା ଦିଆଯାଇଛି। ଏନେଇ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଥେରେସା ମେ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଡୋନାଲ୍ଡ ଟସ୍କ ଏକ ବୈଠକରେ ଦୀର୍ଘ ୫ ଘଣ୍ଟା ଧରି ଆଲୋଚନା କରିଥିଲେ। ବୈଠକ ପରେ ଡୋନାଲ୍ଡ ଟସ୍କ କହିଛନ୍ତି ଯେ ବ୍ରିଟେନ୍‍ ୟୁରୋପୀୟ ସଂଘରୁ ବାହାରିବା ନିଷ୍ପତ୍ତି ଉପରେ ପୁନଃ ବିଚାର କରିବାକୁ ଚାହୁଁଛି। ଏଥିପାଇଁ ବ୍ରିକ୍‍ଜିଟ୍‍ ତାରିଖକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରଯାଇଛି।
ପ୍ରକାଶଯୋଗ୍ୟ ଯେ ଏହା ପୂର୍ବରୁ ବ୍ରିକ୍‍ଜିଟ୍‍ ପାଇଁ ମାର୍ଚ୍ଚ ୩୧କୁ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବ୍ରିଟେନ ସାଂସଦମାନେ ୟୁରୋପୀୟ ସଂଘରୁ ବାହାରିବା ନିଷ୍ପତ୍ତି ନେଇ ସରକାରଙ୍କ ସର୍ତ୍ତକୁ ନାମଞ୍ଜୁର କରିଦେଇଥିଲେ। ଏହାପରେ ବ୍ରିକ୍‍ଜିଟ୍‍ ତାରିଖକୁ ଅପ୍ରେଲ ୧୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ବୁଝାମଣା ଅନୁସାରେ ବ୍ରିଟେନ୍‍ ଧାର୍ଯ୍ୟ ତାରିଖ ମଧ୍ୟରେ କୌଣସି ବି ସମୟରେ ୟୁରୋପୀୟ ସଂଘରୁ ବାହାରିପାରିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories