ଉଦ୍ଧବ ଠାକରେଙ୍କୁ ଭେଟିଲେ ଶାହା

0

ମୁମ୍ବଇ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି। ଠାକରେଙ୍କ ବାସଭବନ ମାତୋଶ୍ରୀରେ ହୋଇଥିବା ସାକ୍ଷାତ ଆଲୋଚନା କାଳରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଉପସ୍ଥିତ ରହିଥିଲେ। ବିଜେପି କହିଛି ଯେ ସମର୍ଥନ ପାଇଁ ଯୋଗାଯୋଗ (ସମ୍ପର୍କ ଫର ସମର୍ଥନ) କାର୍ଯ୍ୟକ୍ରମ ଆଧାରରେ ଶାହା ଏହି ସାକ୍ଷାତ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ ଶିବସେନା ସହଯୋଗୀ ଦଳ ରହିଥିବାବେଳେ ସରକାରକୁ ସମାଲୋଚନା କରିଚାଲିଛି। ଏପରିକି ଉଭୟ ଦଳ ଅଲଗା ହୋଇ ନିର୍ବାଚନ ଲଢି ଆସୁଛନ୍ତି। ବିଜେପିର ‘ସମ୍ପର୍କ ଫର ସମର୍ଥନ’କୁ ଶିବସେନା ବିଦ୍ରୂପ କରିଛି। ବୁଧବାର ଶିବସେନା ଏହାର ମୁଖପତ୍ର ‘ସାମ୍‍ନା’ରେ ଉଲ୍ଲେଖ କରିଛି ଯେ ପ୍ରଧାନମନ୍ତ୍ରୀ ବିଦେଶ ଯାଇ ନେତାଙ୍କୁ ଭେଟୁଥିବାବେଳେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଦେଶ ଭିତରେ ଲୋକଙ୍କୁ ଭେଟୁଛନ୍ତି। ବିଜେପି ଅନେକ ଉପନିର୍ବାଚନରେ ପରାସ୍ତ ହେବା ପରେ ଏପରି ନୂଆ ଯୋଜନା ଆରମ୍ଭ କରିଛି। ବିଜେପି କ୍ଷମତାକୁ ଆସିବା ପରେ ଲୋକଙ୍କ ସହିତ ଯୋଗାଯୋଗ କରିବା ଭୁଲି ଯାଇଥିଲା। ଏବେ ନିର୍ବାଚନ ପାଖେଇ ଆସିବାରୁ ଦଳ ଲୋକଙ୍କ କଥା ମନେପକାଇଛି।

Leave A Reply