ଯଦି ମୁଖ୍ୟମନ୍ତ୍ରୀ ପଦପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି ଲୋକେ ବାଲାସାହେବ ଠାକରେଙ୍କ ଅଯୋଗ୍ୟ ସନ୍ତାନ କହିଥାନ୍ତେ: ଉଦ୍ଧବ
ମୁମ୍ବଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କାର୍ୟ୍ୟଭାର ଗ୍ରହଣ କରିସାରିଛନ୍ତି। ପଦଭାର ଗ୍ରହଣ କରିବାପରେ ଉଦ୍ଧବ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ସେ ସାଧାରଣ ଜନତା ପାଇଁ ଉଦିଷ୍ଟ କାର୍ୟ୍ୟକୁ ଗୁରୁତ୍ବର ସହ ନେଇ ଶିଘ୍ର ଶେଷ କରିବା ଏବଂ ଅଜଥା ଜନତାଙ୍କ ଟଙ୍କାକୁ ନଷ୍ଟ ନକରିବା ପାଇଁ ନିର୍ଦେଶ ଦେଇଥିଲେ। ବୈଠକ ପରେ ଉଦ୍ଧବ କହିଥିଲେ “ମୁଁ ଆଜି ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆଜିଛି” ଏବଂ ବୈଠକରେ ସମସ୍ତ ଅଧିକାରୀଙ୍କୁ ଟିକସ ଦେଉଥିବା ଜନତାଙ୍କ ଟଙ୍କାକୁ ସଠିକ୍ ବାଟରେ ବିନିଯୋଗ କରିବା ପାଇଁ ନିର୍ଦେଶ ଦେଇଛି। ମହାରାଷ୍ଟ୍ରର ଟଙ୍କାଟିଏ ମଧ୍ୟ ଘୋଟାଲା ହେବନାହିଁ।
ଉଦ୍ଧବ କହିଛନ୍ତି ଯେ ସେ ମହାରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏକି ମୁମ୍ବଇରେ ଜନ୍ମଗ୍ରହଣ କରିଛନ୍ତି ଏବଂ ତାଙ୍କ ମନକୁ ସର୍ବଦା ଏହି କଥା ଆସୁଥିଲା ଯେ ସେ ମହାରାଷ୍ଟ୍ର ପାଇଁ କିଛି କରିପାରିବେ। ଅଚାନକ ସେ ମୁଖ୍ୟମନ୍ତ୍ରୀ ହୋଇଗଲେ ବୋଲି କହିଛନ୍ତି। ଏବେ ତାଙ୍କ ପାଖରେ ମହାରାଷ୍ଟ୍ର ପାଇଁ କିଛି କରିବାର ଦାୟିତ୍ବ ମିଳିଛି। ଆଉ ସେ ଏହା ପୂରଣ କରିବେ ବୋଲି କହିଛନ୍ତି। ଯଦି ସେ ଏହା କରିବାପାଇଁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାରୁ ନିବୃତ୍ତ ରହିଥାନ୍ତି ତାହାଲେ ତାଙ୍କୁ ମହାରାଷ୍ଟ୍ର ଜନତା ବାଲାସାହେବ ଠାକରେଙ୍କ ଅଯୋଗ୍ୟ ସନ୍ତାନ କହିଥାନ୍ତେ।
Comments are closed.