www.samajalive.in
Monday, December 15, 2025
24.1 C
Bhubaneswar

ବାରହା ଫାଶରେ ପଡ଼ି ୨ ଯୁବକ ମୃତ

ଲକ୍ଷ୍ମୀପୁର: ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରେ ପଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଫାଶରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଯୁବକଦ୍ଵୟ ତାହା ସଂଶ୍ପର୍ସରେ ଆସି ପ୍ରାଣ ହରାଇଛନ୍ତି। କୋରାପୁଟ ଜିଲା ପିପଳପଦର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଇ ପାହାଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ପିପଳପଦର ଗ୍ରାମର କୁମର ମିଣିଆକା ଏବଂ କେନ୍ଦୁପାଇ ଗ୍ରାମର ଗାହେଲା ଗାଣ୍ଡିଙ୍ଗା।

ଯୁବକ ଦ୍ଵୟ ପାହାଡ଼ି ରାସ୍ତା ଦେଇ ଗାଈ ଖୋଜିବାକୁ ଯାଉଥିଲେ। ହେଲେ ସେହି ରାସ୍ତାରେ ବାରହା ଶିକାର ପାଇଁ କେହି ବିଦ୍ୟୁତ ସଂ​‌ଯୋଗ କରି ଫାଶ ବସାଇଥିଲେ। ଯାହାଫଳରେ ଫାଶରେ ପଡ଼ି ଯୁବକଦ୍ଵୟଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ସହିତ ସାଇଣ୍ଟିଫିକ୍ ଟିମ୍, ବିଦ୍ୟୁତ ବିଭାଗ କର୍ମଚାରୀ ଯାଇ  ଅନୁଧ୍ୟାନ କରିଥିଲେ। ଦୁଇଟି ମୃତଦେହକୁ ଜବତ କରି ଆଣି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories