www.samajalive.in
Monday, December 15, 2025
24.1 C
Bhubaneswar

ପୀତବାସ ହତ୍ୟା ମାମଲା: ଶାର୍ପ ସୁଟର କୁରୁପତି ଓ ଉମା ଗିରଫ

ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ୨ ଅଭିଯୁକ୍ତ ତଥା ଶାର୍ପ ସୁଟର କୁରୁପତି ଭୂୟାଁ ଏବଂ ଉମା ବିଶୋୟୀକୁ ଗିରଫ କରିଛି ପୁଲିସ। କୁରୁପତି ଏବଂ ଉମା ହିଁ ଘଟଣା ଦିନ ଅତି ନିକଟରୁ ପୀତବାସଙ୍କୁ ଗୁଳି କରିଥିଲେ। ପୁଲିସ ଉଭୟଙ୍କୁ ଗିରଫ କରିବା ପରେ ଏକ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚରା କରୁଛି।

କୁରୁପତି ଏବଂ ଉମା ଘଟଣା ଘଟାଇବା ପରେ କୋରାପୁଟ ଜିଲାର ଜୟପୁର ପଳାଇଥିଲେ। ସେଠାରେ ଏକ ଫାର୍ମ ହାଉସ ମାଲିକ ସୁନିଲ ହୋତାଙ୍କ ନିକଟରେ ଆଶ୍ରୟ ନେଇଥିଲେ। ପରେ ସେଠାରୁ ଅନ୍ୟ କୁଆଡ଼େ ଫେରାର ହୋଇଯାଇଥିଲେ। ପୁଲିସ ସୁନୀଲଙ୍କୁ ପୂର୍ବରୁ ଗିରଫ କରିଛି।

- Advertisement -

ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ପୁଲିସ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ସୁନୀଲ ହୋତା ସମେତ ମୋଟ ୧୩ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଏହି ଗିରଫଦାରି ସଂଖ୍ୟା ୧୫ରେ ପହଞ୍ଚିଛି। ପୂର୍ବରୁ ଗିରଫ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଏବଂ ବର୍ତ୍ତମାନର ୪୧ ନମ୍ବର ୱାର୍ଡ କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ, ଛାତ୍ରନେତା ଯୋଗୀ ରାଉତ, ରାଜେନ୍ଦ୍ର ସାହୁ ଓ କାଳିଆ ଭୂୟାଁ, ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ, ସିସ୍ ପାସୱାନ ଓ କୁନ୍ଦନ ପାସୱାନ ପ୍ରମୁଖ ରହିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories