www.samajalive.in
Monday, December 15, 2025
24.1 C
Bhubaneswar

ଖରସ୍ରୋତା ନଦୀରେ ବୁଡ଼ି ଯାଇ ୨ ଭାଇଙ୍କ ମୃତ୍ୟୁ

ଯାଜପୁର ସଦର/ରସୁଲପୁର : ଯାଜପୁର ବ୍ଲକ ବେରୁଦା ପଞ୍ଚାୟତ ଚିନ୍ତାପଲ୍ଲୀ ଗ୍ରାମର କାହ୍ନୁଚରଣ ଚନ୍ଦଙ୍କ ୨ ପୁଅ ଦିନବନ୍ଧୁ ଚନ୍ଦ(୧୮) ଓ ଦିବାକର ଚନ୍ଦ(୧୬) ମଧ୍ୟାହ୍ନରେ ଖରସ୍ରୋତା ନଦୀକୁ ଗାଧେଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ୨ ଭାଇ ବୁଡ଼ି ଯାଇଥିଲେ। ଜଣକୁ ଗ୍ରାମବାସୀ ଖରସ୍ରୋତା ନଦୀରୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣ ଭାଇକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲେ। ଚିକିତ୍ସା ନିମନ୍ତେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବାରୁ ଯାଜପୁର ଜିଲା ଚିକିତ୍ସାଳୟକୁ ପଠାଯାଇଥିଲା। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଭାଇଙ୍କ ମୃତ୍ୟୁ ପରେ ଗ୍ରାମ ଚିନ୍ତାପଲ୍ଲୀରେ ଶୋକର ଛାୟା ଖେଳି ଯାଇଥିଲା। ଖବର ପାଇ ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ, ବିଡିଓ ସୌରଭ ଚକ୍ରବର୍ତ୍ତୀ, ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ, ଜିଲା ଯୁବ ବିଜେଡି ଉପସଭାପତି ଦେବଦତ୍ତ ଦାସ ପ୍ରମୁଖ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତ ପରିବାରକୁ ସମବେଦନା ଜଣାଇଥିଲେ। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି। ଯାଜପୁର ସଦର ଥାନାଧିକାରୀ ବଂଶୀଧର ବେହେରା ପହଞ୍ଚି ଘଟଣା ତଦନ୍ତ କରୁଛନ୍ତି। ସୂଚନା ଅନୁଯାୟୀ ମଧ୍ୟାହ୍ନରେ ୩ ଜଣ ନଦୀକୁ ଗାଧୋଇବାକୁ ଯାଇଥିଲେ। ୨ ଭାଇ ବୁଡ଼ି ଯାଉଥିବାରୁ ଅନ୍ୟ ଜଣକ ଉଦ୍ଧାର ପାଇ ଉପରକୁ ଆସି ଗ୍ରାମବାସୀଙ୍କୁ ଡାକିଥିଲେ। ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ଏହି ଘଟଣା ଏବେ ଯାଜପୁର ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏହି ଘଟଣାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ବଡ଼ଭାଇ ଦୀନବନ୍ଧୁ ଚନ୍ଦ ମଧୁବନ କଲେଜରେ +୨ ବାଣିଜ୍ୟ ବିଭାଗରେ ପାଠ ପଢୁଥିବା ବେଳେ ସାନଭାଇ ଦିବାକର ଚନ୍ଦ ଖଣ୍ଡିତର ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ର ଥିଲେ।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories