www.samajalive.in
Monday, December 15, 2025
16.1 C
Bhubaneswar

ଡବଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ: ଡିସିପି ପ୍ରତୀକ ସିଂ

ଭୁବନେଶ୍ଵର: ରାଜଧାନୀ ଡବଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ। କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟରେ ଗାଡି ପାର୍କିଂରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପ୍ରଦୀପକୁ ପୁରୀରୁ ଗିରଫ କରାଯାଇଥିବାବେଳେ ଗଣେଶକୁ ଚଣ୍ଡିଖୋଲରୁ ଗିରଫ କରାଯାଇଛି । ଅଭିଯୁକ୍ତ ଗଣେଶ ଦୁଇ ଦିନ ତଳେ ଗାଡି ରଖିବାକୁ ମନା କରିଥିଲା। ପାର୍କିଂ ଆଲର୍ଟ ନଥିବାରୁ ମୃତକ ରଶ୍ମୀ ଗାଡି ରଖିଥିଲେ । ତାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଉତ୍ତ୍ୟକ୍ତ ହୋଇ ପ୍ରଦୀପ ଛୁରୀରେ ରଶ୍ମୀକୁ ଆକ୍ରମଣ କରିଥିଲେ। ଅଟକାଇବାରୁ ରଶ୍ମୀର ସାଙ୍ଗ ସମ୍ବିତଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ରଶ୍ମୀ ଓ ସମ୍ବିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏ ନେଇ ପ୍ରେସମିଟ କରି  ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories