୧୦୯ ପ୍ରକାର ଅଧିକ ଉତ୍ପାଦନକ୍ଷମ ଜଳବାୟୁ ସହନଶୀଳ ବିହନ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ୧୦୯ଟି ଅଧିକ ଉତ୍ପାଦନକ୍ଷମ ଓ ଜଳବାୟୁ ସହନଶୀଳ ଫସଲ ପ୍ରଜାତିର ବିହନ ଉନ୍ମୋଚନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବିବୃତିରେ ସୂଚନା ଦେଇଛି ଯେ ୧୦୯ ପ୍ରକାର ମଧ୍ୟରେ ୬୧ଟି ଶସ୍ୟ ରହିଛି। ସେଥି ମଧ୍ୟରେ ବାଜରା, ତୈଳବୀଜ, ଡାଲିଜାତୀୟ ଫସଲ, ଆଖୁ, କପା, ଫାଇବର ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଫସଲ ସମେତ ବିଭିନ୍ନ ଶସ୍ୟର ବିହନ ରହିଛି। ଉଦ୍ୟାନ କୃଷି ଫସଲରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବୃକ୍ଷରୋପଣ ଫସଲ, କନ୍ଦ, ମସଲା, ଫୁଲ ଏବଂ ଔଷଧୀୟ ବୃକ୍ଷ ରହିଛି।
Comments are closed.