www.samajalive.in
Monday, December 8, 2025
14.1 C
Bhubaneswar

ବିଦେଶ ଗସ୍ତ ଶେଷ କରି ନୂଆଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ଫିଜି, ନ୍ୟୁଜିଲାଣ୍ଡ ଓ ତିମୋର ଲେଷ୍ଟେ ଗସ୍ତ ଶେଷ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ତିମୋର ଲେଷ୍ଟେ ଗସ୍ତ କରିଥିଲେ, ଯେଉଁଠାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ – ଗ୍ରାଣ୍ଡ କଲାର ଅଫ୍ ଦି ଅର୍ଡର ଅଫ୍ ଟିମୋର-ଲେଷ୍ଟେ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ମୁର୍ମୁ ଗତକାଲି ରାଜଧାନୀ ଡିଲିରେ ତିମୋର-ଲେଷ୍ଟର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଉଭୟ ଦେଶ ପାରସ୍ପରିକ ସହଯୋଗ ପାଇଁ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ତିମୋର-ଲେଷ୍ଟର ଅଧ୍ୟକ୍ଷ ଜୋସ ରାମୋସ୍-ହୋର୍ଟା ପାଲାସିଓ ନୋବ୍ରେ ଡି ଲୋହାନେଠାରେ ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନରେ ଏକ ଭୋଜିର ଆୟୋଜନ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ଭାରତ ଏବଂ ତିମୋର-ଲେଷ୍ଟେ ସମ୍ପର୍କକୁ ବୃଦ୍ଧି ସହ ‘ଦିଲ୍ଲୀ- ଡିଲି’ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories