www.samajalive.in
Sunday, December 14, 2025
19.1 C
Bhubaneswar

ମ୍ୟାଁମାରରୁ ପଳାୟନ କରୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ଡ୍ରୋନ୍ ଆକ୍ରମଣ; ୨୦୦ରୁ ଊର୍ଦ୍ଧ୍ବ ମୃତ

ସମାଜ ଡିଜିଟାଲ ଡେସ୍କ: ମ୍ୟାଁମାରରୁ ମୁସଲିମ ରୋହିଙ୍ଗ୍ୟାଙ୍କ ବିଷୟରେ ବିଚଳିତ କଲା ଭଳି ଖବର ସାମ୍ନାକୁ ଆସିଛି। ଦେଶ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିବା ରୋହିଙ୍ଗ୍ୟାମାନଙ୍କ ଉପରେ ତୋପ ଓ ଡ୍ରୋନ୍ ଦ୍ବାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ଘଟିଛି। ମ୍ୟାଁମାରର ପଶ୍ଚିମ ରଖାଇନ୍ ରାଜ୍ୟରେ ବାଂଲାଦେଶ ସୀମା ନିକଟରେ ଏହି ଆକ୍ରମଣ ହୋଇଛି। ନଦୀ କୂଳରେ ଡଙ୍ଗାକୁ ଅପେକ୍ଷା କରିଥିବା ରୋହିଙ୍ଗ୍ୟା ଲୋକଙ୍କ ଠିକ୍ ଉପରେ ବୋମା ପକା ଯାଇଥିଲା। ଜୀବନ ରକ୍ଷା ପାଇଁ ଲୋକମାନେ ସିଧା ନଦୀକୁ ଡେଇଁ ପଡ଼ିଥିଲେ। ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିଥିବା ଭୟଙ୍କର ଭିଡିଓରେ ନଦୀ କୂଳ ରାସ୍ତାରେ କାଦୁଅ ବୋଳି ହୋଇଥିବା ଏକାଧିକ ବ୍ୟକ୍ତି ଓ ଶିଶୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।

ଏହି ଆକ୍ରମଣରୁ ରକ୍ଷା ପାଇଥିବା ଦୁଇ ଜଣ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି ଯେ, ରଖାଇନ୍ ରାଜ୍ୟ ଉପରେ ସାମରିକ ପ୍ରଭୁତ୍ଵ ବିସ୍ତାର କରିଥିବା ଅରାକାନ୍ ଆର୍ମି ଏହି ଆକ୍ରମଣ କରିଛି। ମ୍ୟାଁମାରର ସାମରିକ ସରକାର ମଧ୍ୟ ଏହି ଆକ୍ରମଣ ପାଇଁ ଅରାକାନ ଆର୍ମିକୁ ଦାୟୀ କରିଛନ୍ତି। ଅପରପକ୍ଷେ ରୋହିଙ୍ଗ୍ୟାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗକୁ ଖଣ୍ଡନ କରିଛି ଅରାକାନ ଆର୍ମି।

- Advertisement -

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories