www.samajalive.in
Friday, December 12, 2025
16.1 C
Bhubaneswar

ଭାରତରେ ଟ୍ୟୁଟୋରିଆଲ୍‍ କ୍ଳାସ୍‍ ପ୍ରତି ଆଗ୍ରହ ଅଧିକ

ନୂଆଦିଲ୍ଲୀ: ଅନ୍ୟ ଦେଶ ତୁଳନାରେ ଭାରତୀୟ ଛାତ୍ରଛାତ୍ରୀମାନେ ସର୍ବାଧିକ ଟ୍ୟୁଟୋରିଆଲ୍‍ କ୍ଳାସ୍‍ ପ୍ରତି ଆଗ୍ରହ ପ୍ରଦର୍ଶନ କରନ୍ତି। ୭୪% ଭାରତୀୟ ଛାତ୍ରଛାତ୍ରୀ ଗଣିତ ପାଇଁ ଅତିରିକ୍ତ ଶ୍ରେଣୀ ଆବଶ୍ୟକ କରୁଥିବା ବେଳେ ୭୨% ପାଠ ପଢ଼ା ବ୍ୟତୀତ ଅନ୍ୟ କ୍ଷେତ୍ରରେ ମନୋନିବେଶ କରନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୩% କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରାୟ ୧୦ଟି ଦେଶକୁ ନେଇ କ୍ୟାମ୍ବ୍ରିଜ ଇଣ୍ଟରନ୍ୟାଶ୍‍ନାଲ୍‍ ଗ୍ଲୋବାଲ୍‍ ଏଜୁକେଶନାଲ୍‍ ସେନ୍‍ସନ୍‍ ରିପୋର୍ଟ ଆଧାରରେ ଏହି ତଥ୍ୟ ମିଳିଛି। ସର୍ବେକ୍ଷଣରେ ଭାରତ ସମେତ ଆମେରିକା, ପାକିସ୍ତାନ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା ଆଦି ଦେଶକୁ ସାମିଲ୍‍ କରାଯାଇଥିଲା।
କେବଳ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନୁହେଁ ପିଲାଙ୍କ ପାଠପଢ଼ା ସହିତ ଅଭିଭାବକଙ୍କ ସମ୍ପୃକ୍ତି କ୍ଷେତ୍ରରେ ମଧ୍ୟ ଭାରତୀୟମାନେ ଆଗରେ ରହିଛନ୍ତି। ଭାରତରେ ୬୬% ଅଭିଭାବକ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ପାଠ୍ୟକ୍ରମ ସହିତ ସଂଶ୍ଲିଷ୍ଟ ରହୁଥିବା ବେଳେ ୫୦% ଅଭିଭାବକ ଅନ୍ୟାନ୍ୟ ସ୍କୁଲ୍‍ କାର୍ଯ୍ୟକ୍ରମ ସହିତ ଜଡ଼ିତ ରହୁଛନ୍ତି। ସେହିପରି ଭାରତରେ ୩% ଶିଶୁ ୬ ଘଣ୍ଟାରୁ ଅଧିକ ସମୟ ଧରି କ୍ରୀଡ଼ାରେ ମନୋନିବେଶ କରୁଛନ୍ତି। ୨୬.୪% ଛାତ୍ରଛାତ୍ରୀ ଆଦୌ କ୍ରୀଡ଼ାକୁ ପସନ୍ଦ କରୁନାହାନ୍ତି। ଆଜିର ଦିନରେ ଭାରତରେ ୧୬% ଛାତ୍ରଛାତ୍ରୀ ସଫ୍ଟୱେର ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ୮% ଛାତ୍ରଛାତ୍ରୀ ବୈଜ୍ଞାନିକ ଏବଂ ୨୩ ଛାତ୍ରଛାତ୍ରୀ ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ହେବାକୁ ଚାହାଁନ୍ତି। ଏହା ମଧ୍ୟ ବିଶ୍ୱରେ ସର୍ବାଧିକ। ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୪.୭% ଇଂରାଜୀ, ୭୮% ଗଣିତ, ୭୩.୧% ପଦାର୍ଥ ବିଜ୍ଞାନ, ୭୧.୮% ରସାୟନ ବିଜ୍ଞାନ ଓ ୪୭.୮% କମ୍ପ୍ୟୁଟର ବିଜ୍ଞାନ ପଢ଼ିବାକୁ ଇଚ୍ଛା କରନ୍ତି।
ପଢ଼ାଇବା ପାଇଁ ବ୍ଲାକବୋର୍ଡ ବ୍ୟବହାର କରିବାରେ ମଧ୍ୟ ଭାରତୀୟ ଶିକ୍ଷକମାନେ ଆଗରେ। ୫୦% ଭାରତୀୟ ଶିକ୍ଷକ ପଢ଼ାଇବା ବେଳେ ବ୍ଲାକବୋର୍ଡ ବ୍ୟବହାର କରନ୍ତି। ସେହିପରି ଅନ୍ୟାନ୍ୟ ଦେଶମାନଙ୍କରେ ଛାତ୍ରଛାତ୍ରୀଙ୍କ ଭଲ ପ୍ରଦର୍ଶନ ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଉତ୍ତରଦାୟୀ କରାଯାଉଥିବା ବେଳେ ଭାରତରେ ସେହି ପରମ୍ପରା କମ୍‍। ମାତ୍ର ୩୬% ଭାରତୀୟ ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରଙ୍କ ପ୍ରଦର୍ଶନ ପାଇଁ ଉତ୍ତରଦାୟୀ ରୁହନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories