ପାର୍ଶ୍ବପ୍ରତିକ୍ରିୟା ବିହୀନ ରୋଗ ଦୂରକରୀ ମହୌଷଧୀ

ଆମେ ସାମାନ୍ୟ ଅସୁସ୍ଥ ଅନୁଭବ କରିବା ମାତ୍ରେ ହିଁ ବଜାରରୁ ଔଷଧ ଆଣି ଖାଇଥାଉ । ଏହା ତୁରନ୍ତ କଷ୍ଟରୁ ମୁକ୍ତି ଦେଇଥାଏ ସତ କିନ୍ତୁ ଏହା ଆମ ଶରୀର ପାଇଁ ହାନିକାରକ । ଏହା ଗୋଟିଏ ରୋଗ ଦୂର କରିବା ପରିବର୍ତ୍ତେ ଅନ୍ୟ ବହୁତ ଗୁଡିଏ ରୋଗକୁ ନିମନ୍ତ୍ରଣ କରିଥାଏ । ଆଜି ଆମେ ଏମିତି କିଛି ଘରୋଇ ଉପଚାର ବିଷୟରେ ଆପଣଙ୍କ ଜଣାଇବୁ ଯାହା ରୋଗର କଷ୍ଟରୁ ମୁକ୍ତି ଦେବା ସହ ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ ।

ତୁଳସୀ କ୍ଷୀର ସେବନ କରିବା ଦ୍ବାରା ଫ୍ଲୁ ରୋଗରୁ ମୁକ୍ତି ମିଳିଥାଏ ।
ତୁଳସୀ ପତ୍ର ଓ କ୍ଷୀର ସେବନ ଦ୍ବାରା ହୃଦଘାତ ଜନିତ ରୋଗରୁ ଉପଶମ ମିଳିଥାଏ । ଏଥିରେ ଥିବା ପୋଷକ ତତ୍ତ୍ବ ହୃଦୟକୁ ସୁସ୍ଥ ରଖିଥାଏ ।
ମାନସିକ ଚାପ ଓ ଦୁଃଶ୍ଚିନ୍ତାରୁ ମୁକ୍ତି ଦେବାରେ ସାହାଯ୍ୟ କରେ ତୁଳସୀ କ୍ଷୀର ।
ଗରମ କ୍ଷୀର ଓ ତୁଳସୀ ସେବନ କରିବା ସହ ଗଳା ଜନିତ ସମସ୍ୟା, କଫ ଓ କାଶ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ।
ତୁଳସୀ ପତ୍ର ଓ କ୍ଷୀର ସେବନ କରିବା ଦ୍ବାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।
ତୁଳସୀ ପତ୍ରରେ ଆଣ୍ଟି-ବାୟୋଟିକ ତତ୍ତ୍ବ ରହିଥାଏ । ଏହାକୁ ସେବନ କରିବା ଦ୍ବାରା କର୍କଟ ରୋଗର ସମ୍ଭାବନା କମ ଥାଏ ।

ତୁଳସୀ କ୍ଷୀର ପ୍ରସ୍ତୁତ କରିବାର ଉପାୟ

ମଧ୍ୟମ ଆଞ୍ଚରେ ଏକ ପ୍ୟାନରେ କ୍ଷୀର ଗରମ କରନ୍ତୁ ।
କ୍ଷୀର ଟିକେ ଫୁଟି ଆସିଲେ ୪-୫ଟି ତୁଳସୀ ପତ୍ର ପକାଇ ଫୁଟାନ୍ତୁ ।
ଭଲ ଭାବରେ ଫୁଟିଗଲା ପରେ ଏକ କପ୍ କୁ କାଢି ଆଣନ୍ତୁ ।
ପ୍ରସ୍ତୁତ ହୋଇଗଲା ତୁଳସୀ କ୍ଷୀର । ନିୟମିତ ସକାଳେ ଖାଲି ପେଟରେ ପିଅନ୍ତୁ ।

Comments are closed.