ଦେବଗଡ଼ : ଦେବଗଡ଼ ଜିଲାର ରିଆମାଳ ଥାନା ଅନ୍ତର୍ଗତ ଛତାବର ନାଉଲିପଡ଼ା ମଣ୍ଡିରେ ଧାନ କିଣା ଯାଉ ନଥିବାରୁ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ମଣ୍ଡି ସମ୍ମୁଖରେ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥକୁ ୫ଟି ପଞ୍ଚାୟତର ଚାଷୀ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଅବରୋଧ ଯୋଗୁ ଦେବଗଡ଼ ଓ ଅନୁଗୁଳ ମଧ୍ୟ ଯାତାୟତରେ ବାଧା ସୃଷ୍ଟି ହୋଇଛି। ରାଜପଥର ଉଭୟ ପାଶ୍ୱର୍ରେ ଗାଡ଼ି ଅଟକି ରହିଛି।
ସୂଚନା ଅନୁଯାୟୀ, ନାଉଲିପଡ଼ା ମଣ୍ଡିରେ ଚଳିତବର୍ଷ ବୁଡ଼ିଦୋ, ମଳେହିପଡ଼ା, କଣ୍ଟାବାହାଲ, ଲୁଲଙ୍ଗ ଓ ନାଉଲିପଡ଼ା ପଞ୍ଚାୟତର ଚାଷୀଙ୍କ ଠାରୁ ୩୯ ହଜାର କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଚାଷୀଙ୍କ ଅଭିଯୋଗ ଅନୁସାରେ ଏ ଯାଏ ମାତ୍ର ୧୬ ହଜାର କ୍ୱିଣ୍ଟାଲ ଧାନ କିଣା ହୋଇଛି। ଧାନ କିଣାର ସମୟସୀମା ଆଜି ଶେଷ ହେବାକୁ ଥିବା ବେଳେ କାଲିଠାରୁ ମଣ୍ଡି ବନ୍ଦ ରହିଥିବାରୁ ଚାଷୀ ଅସନ୍ତୋଷ ହୋଇ ଆନ୍ଦୋଳନ କରିଥିବା ଜଣାପଡ଼ିଛି।
ଧାନ ପାଇଁ ରାସ୍ତା ଅବରୋଧ
Popular Categories



