ଶିମଳା: ହିମାଞ୍ଚଳ ପ୍ରଦେଶର କଙ୍ଗଡା ଜିଲାରେ ଏକ ମର୍ମନ୍ତଦ ସଡକ ଦୁର୍ଘଟଣାରେ ୩୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୂଯାୟୀ, ସଂଧୋଲରୁ ଧର୍ମଶାଳା ଯାଉଥିବା ବେଳେ ଜବାହର ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଖାଇ ତଳକୁ ଖସିପଡିଥିଲା । ସୌଭାଗ୍ୟବଶତଃ ଏଥିରେ କାହାର ମୃତ ଘଟି ନଥିବା ବେଳେ ୩୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଓ ପୁଲିସ ଦୁର୍ଘଟଣାସ୍ଥଳରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତଖାନାରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡିନାହିଁ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Popular Categories



