www.samajalive.in
Sunday, December 7, 2025
26.1 C
Bhubaneswar

ତୁଳସୀ ବୃକ୍ଷର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ଶାସ୍ତ୍ର ଅନୁଯାୟୀ ବିଭିନ୍ନ ଗଛଲତାରେ ଦେବାଦେବୀ ବାସ କରିଥାଆନ୍ତି। କାରଣ ଗଛଲତାମାନଙ୍କର ନକରାତ୍ମକ ଶକ୍ତି ନଷ୍ଟ କରିବାର କ୍ଷମତା ଥାଏ। ତୁଳସୀ ଗଛ ଏଥିମଧ୍ୟରୁ ମୁଖ୍ୟ ଅଟେ। ଏହାର ଦୈବିକ ଗୁଣ ସହ ଔଷଧୀୟ ଗୁଣ ମଧ୍ୟ ରହିଛି।
ତୁଳସୀ ଗଛର ବୈଜ୍ଞାନିକ ଗୁଣ –
ତୁଳସୀ ପତ୍ରର ରୋଗ ପ୍ରତିରୋଧକ କ୍ଷମତା ରହିଛି ।
ଏହାକୁ ନିୟମିତ ଖାଇଲେ ଥଣ୍ଡା, କାଶ, କଫ ଭଳି ରୋଗରୁ ମୁକ୍ତି ମିଳିଥାଏ।
ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ମଧ୍ୟ ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ଯେଉଁ ସମସ୍ତ ସ୍ଥାନରେ ତୁଳସୀ ଗଛ ଲଗାଯାଏ ସେଠାରେ ସକରାତ୍ମକ ଶକ୍ତି ରହିଥାଏ।
କାର୍ତ୍ତିକ ମାସରେ ତୁଳସୀ ପୂଜାର ମହତ୍ୱ –
କାର୍ତ୍ତିକ ମାସରେ ତୁଳସୀଙ୍କ ପୂଜା, ବିବାହ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।
ଘରର ଅଗଣାରେ ରଖିଲେ ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
ପ୍ରାତଃ କାଳରେ ତୁଳସୀ ବୃକ୍ଷ ଠାରେ ଜଳ ଅର୍ପଣ କରି ପରିକ୍ରମା କଲେ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।
ସନ୍ଧ୍ୟା ସମୟରେ ତୁଳସୀ ମୂଳରେ ଘିଅର ଦୀପ ଲଗାଇଲେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ତୁଳସୀ ପତ୍ରକୁ ସର୍ବଦା ସକାଳ ସମୟରେ ତୋଳିବା ଉଚିତ। ସନ୍ଧ୍ୟା ସମୟରେ ତୋଳିବା ଅନୁଚିତ।
ରବିବାର ଦିନ ତୁଳସୀଙ୍କ ପାଖରେ ଦୀପ ଲଗାଇବା ଉଚିତ ନୁହେଁ।
ଭଗବାନ ଗଣେଶଙ୍କୁ ତୁଳସୀ ଅର୍ପଣ କରିବା ଅନୁଚିତ।
ତୁଳସୀଙ୍କର ବିଶେଷ ପ୍ରୟୋଗ –
ପ୍ରଭୁ ହନୁମାନଙ୍କୁ ମଙ୍ଗଳବାର ଦିନ ତୁଳସୀପତ୍ରର ମାଳା ଚଢାଇବା ଖୁବ ଶୁଭ ଅଟେ। ଏହା ଦ୍ୱାରା ଋଣର ସମସ୍ୟା ଦୂର ହୋଇଥାଏ।
ଭଗବାନ କୃଷ୍ଣଙ୍କୁ ନିୟମିତ ତୁଳସୀ ଅର୍ପଣ କରିବା ଦ୍ୱାରା ଜ୍ଞାନର ବୃଦ୍ଧି ହୋଇଥାଏ ।
ଭୋଜନ ପ୍ରସ୍ତୁତ କରିବା ପରେ ସେଥିରେ ତୁଳସୀ ପତ୍ର ପକାଇଲେ ଖାଦ୍ୟ ନିଅଣ୍ଟ ହୋଇ ନଥାଏ।
ତୁଳସୀର ମାଳା ଧାରଣ କରିବା ଦ୍ୱାରା ଜୀବନରେ ସମସ୍ତ କଷ୍ଟ ଦୂର ହୋଇଥାଏ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories