ଗର୍ଭବସ୍ଥା ସମୟରେ ତୁଳସୀ ପତ୍ର ଖାଇବା କେତେ ଜରୁରୀ

0

ତୁଳସୀ ପତ୍ରର ଔଷଧୀୟ ଗୁଣ ଦ୍ୱାରା ସମସ୍ତେ ପରିଚିତ। ସମସ୍ତ ପ୍ରକାର ରୋଗ ପାଇଁ ତୁଳସୀର ବ୍ୟବହାର କରାଯାଏ। ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୃଦ୍ଧା ପ୍ରଯ୍ୟନ୍ତ ସମସ୍ତେ ତୁଳସୀ ପତ୍ରର ସେବନ କରିଥାନ୍ତି। ବିଶେଷକରି ମହିଳାମାନେ ଗର୍ଭବତୀ ଥିବା ସମୟରେ ତୁଳସୀ ବ୍ୟବହାର ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ପ୍ରାକୃତିକ ଗୁଣରେ ପରିପୂର୍ଣ୍ଣ ତୁଳସୀ ପତ୍ରରେ କୌଣସି ବାହ୍ୟ ସଂକ୍ରମଣ ନଥାଏ।
ତୁଳସୀ ପତ୍ରରେ ବ୍ୟାକ୍ଟେରିଆ ନୋରୋଧ ଗୁଣ ଭରି ରହିଥିବାରୁ ଏହା ଗର୍ଭ ମଧ୍ୟରେ ଥିବା ଶିଶୁକୁ ସମ୍ପୁର୍ଣ୍ଣ ରୂପେ ସୁରକ୍ଷା ବଳୟ ମଧ୍ୟରେ ରଖିଥାଏ। ଏହା ବ୍ୟତୀତ ନିୟମିତ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଏହା ଶରୀର ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ତୁଳସୀ ପତ୍ରରେ ଆରୋଗ୍ୟ ଲାଭ କରିବାର ଶକ୍ତି ରହିଛି। ତେବ ଆସନ୍ତୁ ଜାଣିବା ଗର୍ଭବସ୍ଥା ସମୟରେ ତୁଳସୀ ପତ୍ର କେତେ ଉପଯୋଗୀ
୧. ଗର୍ଭବସ୍ଥା ସମୟରେ ଦିନକୁ ଦୁଇଟି ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରରେ ରକ୍ତ ପରିମାଣ ବୃଦ୍ଧି ହୋଇଥାଏ। ଗର୍ଭବସ୍ଥା ସମୟରେ ଅଧିକାଶଂ ମହିଳାଙ୍କ ଠାରେ ରକ୍ତହୀନତା ଦେଖାଯାଏ। ତେଣୁ ତୁଳସୀ ପତ୍ର ଖାଇବା ଅତ୍ୟନ୍ତ ଜରୁରୀ ଅଟେ।
୨. ତୁଳସୀ ପତ୍ରରେ ଭିଟାମିନ-ଇ ରହିଥାଏ। ଏହା ଗର୍ଭରେ ଥିବା ଶିଶୁ ଶାରୀରିକ ବିକାଶ କ୍ଷେତ୍ରରେ ସହାୟକ ହୋଇଥାଏ।
୩. ମ୍ୟାଗନେସିୟମ ପରିମାଣ ତୁଳସୀ ପତ୍ରରେ ରହୁଥିବାରୁ ଏହା ଶିଶୁର ହାଡ ଓ ମସ୍ତିଷ୍କ ଶକ୍ତ କରିଥାଏ।
୪. ଗର୍ଭବସ୍ଥା ସମୟରେ ନିୟମିତ ତୁଳସୀ ପତ୍ର ସେବନ କରିବା ଦ୍ୱାରା ଗର୍ଭରେ ଥିବା ଶିଶୁ ପ୍ରତି ଆସୁଥିବା ସମସ୍ତ ସଂକ୍ରମଣ ଦୂର ହୋଇଥାଏ।

kalyan agarbati
Leave A Reply