www.samajalive.in
Sunday, December 7, 2025
26.1 C
Bhubaneswar

ଅନିଶ୍ଚିତ ସମୟକୁ ମୂଲ୍ୟବାନ ସମୟରେ ପରିବର୍ତିତ କରନ୍ତୁ

ସ୍ୱାଗତିକା ସାମନ୍ତରାୟ

କୋରୋନା ଭୂତାଣୁର ଅଘୋଷିତ ଡର ସମଗ୍ର ପୃଥିବୀରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ଠିକ ଭାବେ ବୁଝି ନିଜକୁ ସୁରକ୍ଷିତ ରଖିବାର ଯୋଜନା କରିବା ପୂର୍ବରୁ ଆମ ପାଖରେ ଏ ବିଷୟରେ ବହୁତ ଖବର ଆସି ପହଁଚୁଛି । ସେଥିରୁ କିଛିଟା ସତ ଓ କିଛି ଖବର ଆମ ଭିତରେ ଘୋର ଭୟ ସୃଷ୍ଟି କରୁଛି । ଯାହା ଫଳରେ ଆମର ସୁଚାରୁ ରୂପେ ଚିନ୍ତା କରିବା ଶକ୍ତି ଏକ ପ୍ରକାରରେ ଲକ୍‍ ଡାଉନକୁ ଚାଲି ଯାଉଛି । ସମଗ୍ର ଦେଶରେ, ଏଭଳିକି ସମଗ୍ର ବିଶ୍ୱରେ ତାଲାବନ୍ଦ, ସାମାଜିକ ସହଯୋଗିତାକୁ କିଛି ମାତ୍ରାରେ ଦୁର୍ବଳ କରିଦେଇଛି, ଯାହା ମାନବ ଜାତିର ସବୁଠୁ ବଡ ସାହସ ଓ ଏହି ସାମାଜିକ ଦୂରତ୍ୱ ମାନସିକ ସ୍ତରରେ ଆମକୁ ଦୁର୍ବଳ କରିବା ପାଇଁ ଯଥେଷ୍ଟ ଅଟେ । ସମାଚାର ଚ୍ୟାନେଲ, ପାଠ, ଭିଡିଓ ଯାହା ଆମେ ଦେଖୁଛୁ, ସବୁକିଛି ହେଉଛି କୋରୋନା ଭାଇରସ ସମ୍ପର୍କିତ । ଏଭଳି ପରିସ୍ଥିତିରେ ଉଦାସ କିମ୍ବା ଚିନ୍ତିତ ଅନୁଭବ କରିବା ହେଉଛି ଖୁବ ସ୍ୱାଭାବିକ । ଆଶଙ୍କାରେ ସମୟ କାଟିବା ବହୁତ କଷ୍ଟକର ହେଇପଡିଛି। ଏହା କେବଳ ଜୀବନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିନି ବରଂ ଆର୍ଥିକ ଅସ୍ଥିରତା, ଶିକ୍ଷାରେ ବାଧା, କ୍ୟାରିୟରର ଗତଶୀଳତାରେ ଏକ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି କରିଛି । ତେବେ ଆମେ କିପରି ଚିନ୍ତାକୁ ନିୟନ୍ତ୍ରଣ କରିପାରିବା ଏବଂ ମାନସିକ ଚାପରୁ ଦୂରରେ ରହିବା।

ସକରାତ୍ମକ ଚିନ୍ତା : ଆଖପାଖରେ ରହିଥିବା ସମସ୍ତ ନକରାତ୍ମକ ଖବର ବ୍ୟତିରେକ, ଆମକୁ ଏହାର ସକରାତ୍ମକ ଦିଗକୁ ବାଛିବାକୁ ପଡ଼ିବ ଏବଂ ସକାରାତ୍ମକ ଚିନ୍ତା କରିବାକୁ ହେବ ।  କୋରୋନା ହେଉଛି ଭୟାନକ ଏବଂ ସଂକ୍ରାମକ କିନ୍ତୁ ଏହା ଖୁବ ଉପଚାରଯୋଗ୍ୟ ଏବଂ ଲୋକମାନେ ଏଥିରୁ  ଆରୋଗ୍ୟ ଲାଭ କରୁଛନ୍ତି। ଆଉ ଆମେ ଏହି କଥାକୁ କେବେ ହେଲେ ମଧ୍ୟ ଭୁଲିବା ଉଚିତ ନୁହେଁ କି ସାବଧାନତା ଆରୋଗ୍ୟ ଲାଭ କରିବାଠାରୁ ଉତମ। ଆମର ସୁରକ୍ଷା ଆମରି ହାତରେ ରହିଛି ।
 ପ୍ରତ୍ୟେକ ଦିନ ପାଇଁ ଏକ ନିୟମାବଳୀ ପ୍ରସ୍ତୁତ କରନ୍ତୁ:  ଅଧିକାଂଶ ସମୟରେ ଦେଖାଯାଉଛି କି ଯେତେବେଳେ ଆମେ ଅବକାଶରେ ଥାଉ, ଆମେ ସମୟକୁ ଗୁରୁତ୍ୱ ଦେଇନଥାଉ, ଫଳରେ ସବୁ କାମ ଧୀରେ ଧୀରେ ଡେରି ହେଇ ହେଇ ଚାଲେ, ଦିନ ସରିଲା ବେଳକୁ ସମୟ ସରିଯାଏ କିନ୍ତୁ କାମ ସରେନାହିଁ. ଏହା ଫଳରେ ଏକ ଅସନ୍ତୋଷ ଭାବ ସୃଷ୍ଟି ହୁଏ ଓ ଲାଗେ ଆମ ଦ୍ୱାରା ଏ ସବୁ କାମ ହେଇ ପାରିବନି, ବେଳେ ବେଳେ ନିଜକୁ ଅସମର୍ଥ ମନେ କରୁ I ତେଣୁ ପରାମର୍ଶ ଦିଆଯାଇଥାଏ କି ଯଦି ଆପଣ ଦୀର୍ଘ ସମୟ ପାଇଁ ଛୁଟିରେ ରହିଛନ୍ତି  ତେବେ ଦିନ ଗୁଡିକୁ ନିୟମିତ ଭାବେ ଏକ ରୁଟିନ ପାଳନ କରି କାଟନ୍ତୁ I ଏହା ଆପଣଙ୍କ ଜୀବନକୁ ଅନୁଶାସିତ କରିଥାଏ ଏବଂ ଏକ ଭଲ ଅନୁଭବ ଦେଇଥାଏ।
– ପ୍ରତିଦିନ କିଛି ବ୍ୟାୟାମ କରନ୍ତୁ: ଶାରୀରିକ ବ୍ୟାୟାମ କେବଳ ଆପଣଙ୍କ ଶରୀର ନୁହେ ବରଂ ଆପଣଙ୍କର ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଲାଭ ପହଂଚାଇଥାଏ I ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ନିଦ ନ ହେବାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। କାରଣ ଆମ ଶରୀର ଘରେ ରହିବା କାରଣରୁ ପର୍ଯ୍ୟାପ୍ତ ଭାବେ ଥକେ ନାହିଁ । ନିଦ୍ରାହୀନତା ବିବ୍ରତ ନିମନ୍ତେ ହର୍ମୋନର କ୍ଷରଣକୁ ପ୍ରେରିତ କରିଥାଏ। ଏଥିପାଇଁ ନିଜ ଶରୀର ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ବ୍ୟାୟାମ କରିବା ମଧ୍ୟ ଜରୁରୀ।
ଧ୍ୟାନ: ଧ୍ୟାନ କୌଣସି ଧାର୍ମିକ କାର୍ଯ୍ୟ ନୁହେଁ। ଏହା ଆପଣଙ୍କ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ, ଏହା ଏକାଗ୍ରତା ଆଣିବା ଏବଂ ନିଜର ଆନ୍ତରିକ ଏବଂ ବାହ୍ୟ ଦୁନିଆ ସହିତ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଇଂଟରନେଟରେ ବହୁତଗୁଡ଼ିଏ ଭିଡିଓ ରହିଛି ଯାହା ଦେଖାଉଛି କି ଆପଣ କିଭଳି ଧ୍ୟାନ କରି ପାରିବେ। ନିଜ ମନକୁ ଅଶାନ୍ତ ହେବାରୁ ରକ୍ଷା କରିବା ନିମନ୍ତେ ଧ୍ୟାନ ଏକ ଭଲ ଉପାୟ।

- Advertisement -
Image Source : listenmoneymatters.com

କାର୍ଯ୍ୟକଳାପରେ ଅଗ୍ରଗତି : ଜୀବନରେ ପ୍ରଗତୀ କିମ୍ବା ଉନ୍ନତି ଆଣିବା ପାଇଁ ବ୍ୟକ୍ତିଙ୍କୁ ସଦା ସର୍ବଦା ବିକଶିତ ହେବା ଆବଶ୍ୟକ। ଇଂଟରନେଟରେ ବହୁତ ପ୍ରକାରର ଇ-ପୁସ୍ତକ ଉପଲବ୍ଧ ଅଛି ଯେଉଁଗୁଡ଼ିକ ଆପଣଙ୍କୁ ନକରାତ୍ମକ ବିଚାର ଠାରୁ ଦୂରରେ ରଖିବା ପାଇଁ ଲାଭଦାୟକ ହୋଇ ପାରିବ। ନିଜ ପରିବାର ସହିତ ସମୟ ଅତିବାହିତ କରିବା, ବ୍ୟକ୍ତିଗତ ସଂଘର୍ଷର କାହାଣୀ ବିଷୟରେ ଚର୍ଚ୍ଚା କରିବା ନିଶ୍ଚିତ ରୂପେ ଏକ ଯୋଗ୍ୟ ଭାବନା ପ୍ରଦାନ କରିବ ଏବଂ ଆପଣଙ୍କ ପିଲାମାନଙ୍କୁ ଏକ ସକରାତ୍ମକ ସନ୍ଦେଶ ମଧ୍ୟ ଦେବ। ପୁରୁଣା ଫଟୋଗ୍ରାଫ ଦେଖିବା, ପୁରୁଣା ବନ୍ଧୁମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା, ପଡିରହିଥିବା କାର୍ଯ୍ୟ ପୂରଣ କରିବା, ନିଜର ସ୍ୱପ୍ନର ପ୍ରକଳ୍ପ ପାଇଁ ଯୋଜନା କରିବା ଇତ୍ୟାଦି ଆପଣଙ୍କୁ ସୃଜନାତ୍ମକ ଉପାୟରେ ଦିନଗୁଡ଼ିକୁ ନିଜ ଆୟତରେ ରଖିବାରେ ସାହାଯ୍ୟ କରିବ। ଗୋଟିଏ ଦିନ ପାଇଁ ଗୋଟିଏ ନକ୍ସା କରନ୍ତୁ ଏବଂ ତାକୁ ପାଳନ କରିବାକୁ ଚେଷ୍ଟା କରନ୍ତୁ।
ନିଜ ମନକୁ ସୁରକ୍ଷିତ ରଖନ୍ତୁ: ନକରାତ୍ମକ ଖବର, ଭିଡିଓ ଏବଂ କଥାଠାରୁ ନିଜକୁ ଦୂରରେ ରୁହନ୍ତୁ। ସବୁବେଳେ କରନା ଭୁତାଣୁ ଚର୍ଚାରେ ନିଜକୁ ସାମିଲ କରନ୍ତୁ ନାହିଁ। କୋରୋନା ଛଡା ଜୀବନରେ ଅନ୍ୟାନ୍ୟ ବହୁତ ଜିନିଷ ରହିଛି। ଶେଷରେ, ଭାବିଲେ ବୁଝିପାରିବା ଯେ କେବଳ ନିଜ ବିଷୟରେ ଚିନ୍ତା କରିବା କାରଣରୁ ଆମେ ଉଦାସୀନ ହେଉଛୁ. ଅନ୍ୟ ମାନଙ୍କ ବିଷୟରେ ଭାବିବା, ଯେଉଁମାନେ ଆମ ପାଇଁ ଦିନ ରାତି କାମ କରୁଛନ୍ତି ଏବଂ ଆମକୁ ଏକ ବାର୍ତା ଦେଇଚାଲିଛନ୍ତି; ‘’ ଆମକୁ ଅପଚିନ୍ତାରୁ ଦୁରେଇ ରହି ନିଜର ସ୍ୱାସ୍ଥ୍ୟ ତଥା ମନକୁ ସୁସ୍ଥ ରଖି ଏହି ମହାମାରୀ ସହିତ ଲଢ଼ିବାକୁ ପଡିବ’’ I

ଯଦି ଆପଣମାନଙ୍କ ମଧ୍ୟରୁ କେହି ମାନସିକ ଅବସାଦ ଅବା ଚିନ୍ତାଗ୍ରସ୍ତ ରହୁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ମେଲ ଆଇଡିରେ ପ୍ରଶ୍ନ ପଚାରି ତା’ର ସମାଧାନ ଓ ପରାମର୍ଶ ପାଇପାରିବେ।

 

ସ୍ୱାଗତିକା   ସାମନ୍ତରାୟ

 ମନୋବିଜ୍ଞାନୀ

  samantarayioe2010@gmail.com

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories