www.samajalive.in
Monday, December 15, 2025
24.1 C
Bhubaneswar

ଟ୍ରମ୍ପଙ୍କ ବିଳାପ: କହିଲେ ମୁଁ ସବୁବେଳେ ମୋଦୀଙ୍କ ବନ୍ଧୁ ହୋଇ ରହିବି

ସମାଜ ଡିଜିଟାଲ ଡେସ୍କ: ଭାରତ ସହିତ ସମ୍ପର୍କ ଖରାପ ହେବା ପରେ ଆମେରିକା ରାଷ୍ଟ୍ରପତି ଏବେ ବିଳାପ କରୁଛନ୍ତି। ଆମେରିକା ଭାରତ ଓ ରୁଷକୁ ହରାଇଛି ଏବଂ ଚୀନର ପକ୍ଷ ନେଇଛନ୍ତି ବୋଲି ଟ୍ରମ୍ପ ମନ୍ତବ୍ୟ ଦେବାର ୨୪ ଘଣ୍ଟା ନ ପୂରୁଣୁ ୟୁ-ଟର୍ଣ୍ଣ ମାରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ନିଜ ସମ୍ପର୍କକୁ ନେଇ ଭାବବିହ୍ବଳପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି, ଭାରତ ଏବଂ ଆମେରିକାର ସମ୍ପର୍କ ବହୁତ ସ୍ଵତନ୍ତ୍ର। ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଟାରିଫ ବିବାଦ ସତ୍ବେ ସେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ବନ୍ଧୁ ହୋଇ ରହିବେ। ମୋଦୀ ଜଣେ ଅତି ଉତ୍ତମ ଏବଂ ମହାନ ପ୍ରଧାନମନ୍ତ୍ରୀ। କିନ୍ତୁ ବର୍ତ୍ତମାନ ସେ ଯାହା କରୁଛନ୍ତି, ତାହା ତାଙ୍କୁ ପସନ୍ଦ ନୁହେଁ। ତେବେ ଏହାକୁ ନେଇ ଚିନ୍ତା କରିବାର କୌଣସି ବିଷୟ ନାହିଁ। କାରଣୁ ଦୁଇ ଦେଶ ମଧ୍ୟରେ କେବେ କେବେ ଏଭଳି ସମୟ ଆସିଯାଏ।

- Advertisement -

ଓଭାଲ କାର୍ଯ୍ୟାଳୟରେ ସାମ୍ବାଦିକ ମାନେ ଟ୍ରମ୍ପଙ୍କୁ ଭାରତ ସହିତ ସମ୍ପର୍କକୁ ପୁନର୍ବାର ସୁଧାରିବା ଲାଗି ସେ ପ୍ରସ୍ତୁତ କି ପ୍ରଶ୍ନ କରିଥିଲେ, ଯାହାର ଉତ୍ତରରେ ଟ୍ରମ୍ପ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଟ୍ରମ୍ପ ଆହୁରି କହିଥିଲେ, ଭାରତ ରୁଷଠାରୁ ବହୁ ମାତ୍ରାରେ ତୈଳ ଆମଦାନୀ କରୁଥିବାରୁ ସେ ଅତ୍ୟନ୍ତ ନିରାଶ ହୋଇପଡ଼ିଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories