ଏବେ ଟଳିଲା ବିପଦ : ଡୋନାଲ୍ଡ ଟ୍ରମ୍ପ

0

ନୂଆଦିଲ୍ଲୀ : କାନାଡାରେ ଜି-୭ ବୈଠକ ଏବଂ ସିଙ୍ଗାପୁରରେ ଉତ୍ତର କେରିଆର ଶାସକ କିମ୍‍ ଜଙ୍ଗ୍‍ ଉନ୍‍ଙ୍କ ସହ ଐତିହାସିକ ବୈଠକ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ନିଜ ଦେଶ ଆମେରିକାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୱାଶିଂଟନରେ ପାଦଦେବା ମାତ୍ରେ ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟ କରିଲେଖିଛନ୍ତି ଯେ, ଏକ ଲମ୍ବାଯାତ୍ରା ପରେ ମିଁ ଆଜି ଆମେରିକା ମାଟିରେ ପାଦଥାପିଛି। ଯେଉଁ ସମୟରେ ମୁଁ କାର୍ଯ୍ୟଭାର ଗ୍ରହଣ କରିଥିଲି ସେହିସମୟରେ ମୋ ଦେଶର ଲୋକମାନେ ନିଜକୁ ଅସୁରକ୍ଷିତ ମନେକରୁଥିଲେ। କିନ୍ତୁ ଏବେ ସେମାନେ ନିଜକୁ ଅଧିକ ସୁରକ୍ଷିତ ମନେକରୁଥିବେ ବୋଲି ମୁଁ ଆଶା କରୁଛି। ଉତ୍ତର କୋରିଆ ଠାରୁ ଏବେ ବିପଦ ଟଳି ଯାଇଛି। ଟ୍ରମ୍ପ ପୁଣି ଲେଖିଛନ୍ତି କିମ୍‍ ଜଙ୍ଗ୍‍ ଉନ୍‍ଙ୍କ ସହ ବୈଠକରୁ ମୋତେ ବେଶ ଚମତ୍କାର ଓ ସକରାତ୍ମକ ଅନୁଭବ ମିଳିଛିି। ମୁଁ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପୂର୍ବରୁ ଲୋକଙ୍କୁ ଲାଗୁଥିଲା ଉତ୍ତର କୋରିଆ ସହ ମୁଁ ଯୁଦ୍ଧ କରିବାପାଇଁ ଯାଉଛିି। ଟ୍ରମ୍ପ ଲେଖିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି କହିଥିଲେ ଆମ ପାଇଁ ବିପଦ ଅଛି, କିନ୍ତୁ ଏବେ ସେମିତି କିଛି ବିପଦ ନାହି ଆପଣ ମାନେ କିଛି ଚିନ୍ତା ନକରି ଆରାମରେ ଶୁଅନ୍ତୁ।

Leave A Reply