www.samajalive.in
Monday, December 15, 2025
24.1 C
Bhubaneswar

ଟ୍ରଲରରେ ଖଣିଜସମ୍ପଦ ପରିବହନ ବନ୍ଦ ପ୍ରସ୍ତାବିତ ଆନ୍ଦୋଳନ ସ୍ଥଗିତ

କେନ୍ଦୁଝରଗଡ଼  : କେନ୍ଦୁଝର ଜିଲାର ଯୋଡା ଖଣିକ୍ଷେତ୍ର ଅଧିନ ଗୁଆଲି, ବଡବିଲ ଓ ଭଦ୍ରାସାହି ଏବଂ ସୁନ୍ଦରଗଡ ଜିଲା କୋଇଡା ଖଣି କ୍ଷେତ୍ରରୁ ଟ୍ରଲର ଯୋଗେ ଜିଲା ଓ ରାଜ୍ୟ ବାହାରକୁ ଖଣିଜସମ୍ପଦ ପରିବହନକୁ ବିରୋଧ କରାଯାଇ ଅଗଷ୍ଟ ୪ ତାରିଖରୁ ଚମ୍ପୁଆ ଥାନା ୫୨୦ନଂ ଜାତୀୟ ରାଜପଥ ରଘୁଆଳସାହି ଠାରେ ପ୍ରଥମେ ଖଣିଜସମ୍ପଦ ବୋଝେଇ ପାଇଁ ଯାଉଥିବା ଖାଲି ଟ୍ରଲରକୁ ଅଟକ ରଖି ଆନ୍ଦୋଳନ କରାଯିବାକୁ ଆନ୍ଦୋଳନର ଡାକରା ଦିଆଯାଇଥିଲା। କେନ୍ଦୁଝର, ଯୋଡା, ବଡବିଲ, ଭଦ୍ରାସାହି ଓ ଗୁଆଲି ଏବଂ ସୁନ୍ଦରଗଡ ଜିଲା କୋଇଡା ଟ୍ରକ ମାଲିକ ସଂଘକୁ ନେଇ ଗଠିତ ମିଳିତ ଟ୍ରକ ମାଲିକ ମଞ୍ଚ ପକ୍ଷରୁ ଆବାହକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ମର୍ମରେ ବୁଧବାର ଅପରାହ୍ନରେ ରୋଟାରୀ ଭବନ କେନ୍ଦୁଝର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଡା ଟ୍ରକ ମାଲିକ ସଂଘ ସମ୍ପାଦକ ସୁଶାନ୍ତ କୁମାର ବାରିକ ଏହା ଘୋଷଣା କରିଥିଲେ। ଆନ୍ଦୋଳନ ଡାକରା ୨୪ଘଣ୍ଟା ନପୁରୁଣୁ ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ଆନ୍ଦୋଳନକାରୀଙ୍କ ସହ ପୁଲିସ ପ୍ରଶାସନ ଗୁରୁବାର ପ୍ରସ୍ତାବିତ ଆନ୍ଦୋଳନସ୍ଥଳିରେ ମିଳିତ ଆଲୋଚନା ହୋଇଥିଲା। କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ଉପସଭାପତି ଦିଲ୍ଲୀପ କୁମାର ପଣ୍ଡା ଓ ଯୁଗ୍ମସମ୍ପାଦକ ଦେବାଶିଷ ପଟ୍ଟନାୟକ, ଯୋଡା ଟ୍ରକ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ ଓ ଉପସଭାପତି ବିଜୁ ଆପଟ୍ଟ, ଆଞ୍ଚଳିକ ଟ୍ରକ ମାଲିକ ସଂଘ ଯୋଡାର ସଭାପତି ମନୋଜ ମହାନ୍ତ ଓ ସମ୍ପାଦକ ରାଜେନ୍ଦ୍ର ବାରିକଙ୍କ ସହ ସଦର ଏସ୍‌‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଚମ୍ପୁଆ ଏସ୍‌‌ଡିପିଓ ବିଜୟ କୁମାର ମଲ୍ଲୀକ ଓ ଚମ୍ପୁଆ ଥାନା ଅଧିକାରୀ ତ୍ରିନାଥ ସେଠୀ ଆଲୋଚନା କରି ଆସନ୍ତା ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲା ପ୍ରଶାସନ ସହ ଆନ୍ଦୋଳନକାରୀ ପ୍ରତିନିଧିଙ୍କ ସହ ମିଳିତ ଆଲୋଚନା କରାଯାଇ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେବାପରେ ପ୍ରସ୍ତାବିତ ଆନ୍ଦୋଳନକୁ ଆସନ୍ତା ୧୦ ତାରିଖ ଯାଏଁ ସ୍ଥଗିତ ରଖା ଯାଇଥିବା ମିଳିତ ଟ୍ରକ ମାଲିକ ମଞ୍ଚ ପକ୍ଷରୁ ଆବାହକ ଦେବାଶିଷ ପଟ୍ଟନାୟକ ଏକ ପ୍ରେସ୍‌‌ ବିବୃତ୍ତି ଯୋଗେ ଏହା କହିଛନ୍ତି। ୧୦ତାରିଖ ସୁଦ୍ଧା ସମସ୍ୟାର ସମାଧାନ ନହେଲେ ପୁଣିଥରେ ଉକ୍ତ ପ୍ରସ୍ତାବିତ ସ୍ଥାନରେ ଅଗଷ୍ଟ ୧୧ ତାରିଖରୁ ଟ୍ରଲର ଯୋଗେ ଖଣିଜସମ୍ପଦ ପରିବହନକୁ ତୀବ୍ର ବିରୋଧ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ, ଟ୍ରକ ଯୋଗେ ଖଣିଜସମ୍ପଦ ପରିବହନ କରି ଜିଲାର ହଜାର ହଜାର ଶିକ୍ଷିତ ବେକାରୀ ନିଜର ପେଟପାଟଣା ଚଳାଇ ଆସୁଥିବା ବେଳେ ପ୍ରଥମେ ରେଳ ଏବଂ ପରେ ପାଇପଲାଇନ ଯୋଗେ ଖଣିଜସମ୍ପଦ ପରିବହନ ପରଠାରୁ ଜିଲାର ଟ୍ରକ ମାଲିକ କାମଧନ୍ଦା ନପାଇ ଭୋକ ଉପବାସରେ ଜୀବନ ଅତିବାହିତ କରିଆସୁଥିବାରୁ ଜିଲାବ୍ୟାପୀ ଟ୍ରକ ମାଲିକଙ୍କ ମଧ୍ୟରେ ଥିବା ଅସନ୍ତୋଷ କ୍ରମେ ଉଗ୍ର ରୂପ ଧାରଣ କରିବାକୁ ଯାଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories