www.samajalive.in
Monday, December 15, 2025
24.1 C
Bhubaneswar

ଉନ୍ମୋଚିତ ହେଲା ଟ୍ରାଇବାଲ କୁଇନ୍ ପ୍ରତିଯୋଗୀତାର ମାସ୍କଟ

ଭୁବନେଶ୍ୱର : ଆଦି ଟ୍ରାଇବାଲ ଫାଉଣ୍ଡେସନ ଦ୍ୱାରା ଭୁବନେଶ୍ୱର କ୍ଳବ ଠାରେ ଟ୍ରାଇବାଲ କୁଇନ୍ ପ୍ରତିଯୋଗୀତାର ମାସ୍କଟ ଓ ପୁସ୍ତିକା ଉନ୍ମୋଚିତ ହୋଇଯାଇଛି। ଆଦିବାସୀ ଜନଜାତିଙ୍କର ଜୀବନଶୈଳୀ ଏବଂ ପରମ୍ପରାକୁ ପୁନରୁଦ୍ଧାର କରାଯିବା ସହ ତାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ହେଉଛି ଆଦି ଟ୍ରାଇବାଲ୍ ଫାଉଣ୍ଡେସନର ଲକ୍ଷ୍ୟ। ଆଦିବାସୀ ଜନଜାତିଙ୍କ ପରମ୍ପରା ଆଦିକୁ ଅନୁଧ୍ୟାନ କରିବା ସହ ବିଶେଷ ଭାବେ ପାରମ୍ପରିକ ଓ ସାଂସ୍କୃତିକ ଜୀବନଶୈଳୀ ସହ ଜଡ଼ିତ ମହିଳାମାନଙ୍କ ସଶକ୍ତିକରଣ ଏହି ଅନୁଷ୍ଠାନର ମୂଳ ଉଦ୍ଦେଶ୍ୟ। ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ୩୫୦ରୁ ଉର୍ଦ୍ଧ୍ୱ ସଦସ୍ୟ ଏହି ସଂସ୍ଥା ସହ ଜଡ଼ିତ ଅଛନ୍ତି । ଏହି ଅନୁଷ୍ଠାନ ଦ୍ୱାରା ଭାରତର ପ୍ରଥମ ଆଦିବାସୀ ଜନଜାତି କୁଇନ୍ ପ୍ରତିଯୋଗିତା ୨୦୧୮ ମସିହାରେ ଅନୁଷ୍ଠିତ ହୋଇଥିଲା ଯାହା ଆଦିବାସୀଙ୍କ କଳା ନୈପୁଣ୍ୟ, ପରମ୍ପରାକୁ ପ୍ରଦର୍ଶିତ କରି ସମଗ୍ର ବିଶ୍ୱରେ ଭାରତୀୟ ଇତିହାସକୁ ନେଇ ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା ।
ଏହି ପ୍ରତିଯୋଗୀତାର ଦ୍ୱିତୀୟ ଫର୍ଦ୍ଦ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଛି। ଟ୍ରାଇବାଲ୍ ଇଣ୍ଡିଆ, ଟ୍ରାଇବାଲ୍ ୟୁନିଭର୍ସ, ଟ୍ରାଇବାଲ୍ ଗ୍ଲୋବାଲ, ଟ୍ରାଇବାଲ୍ ଆଇକନିକ୍ ଆଦି ପୁରସ୍କାର ସହ ଆଗାମୀ ଅଗଷ୍ଟ ୯ ତାରିଖ ୨୦୨୨ରେ ଆଦି ଟ୍ରାଇବାଲ୍ ଫାଉଣ୍ଡେସନ ଓ କଳିଙ୍ଗ ଗୌରବ ଆୱାର୍ଡ଼ ଫାଉଣ୍ଡେସନର ସହଭାଗିତାରେ ଅନୁଷ୍ଠିତ ହେବ। ପ୍ରାୟ ୩୭ଟି ଦେଶର ବିଭିନ୍ନ ରାଜ୍ୟରୁ ବିଭିନ୍ନ ଜନଜାତିର ପ୍ରତିଯୋଗୀ ଏଥିରେ ଭାଗ ନେବେ ବୋଲି ଆଶା କରାଯାଉଛି। ବିଭିନ୍ନ ଦେଶ ଓ ରାଜ୍ୟର ଜନଜାତି ବିକାଶ ମନ୍ତ୍ରଣାଳୟ ଏହି କାର୍ୟ୍ୟକ୍ରମକୁ ସହଯୋଗ କରିବା ନେଇ ଆଶ୍ୱାସନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବଲିଉଡ଼୍ ନିର୍ଦେଶକ ଇମତିଆଜ ଅଲ୍ଲୀ ଉପସ୍ଥିତ ରହି ଟ୍ରାଇବାଲ୍ କୁଇନ୍ ପ୍ରତିଯୋଗୀତାର ମାସ୍କଟ ଓ ବିଷୟବସ୍ତୁ ଉନ୍ମୋଚନ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଅଲତାବ୍ ଅଲ୍ଲୀ, ପ୍ରଭାତ ପୃଷ୍ଟି, ଡ଼ଃ ରଜନୀକାନ୍ତ ମିଶ୍ର, ସୁସ୍ମିତା ଦାସ, ସବ୍ୟସାଚୀ ମହାପାତ୍ର, ଡ଼ଃ ଶ୍ୱେତ କୁମାର ଦାଶ, ଜୟଶ୍ରୀ ମହାନ୍ତି, ଆମେରିନା ଅଲ୍ଲୀ, ସ୍ମିତା କାନୁନ୍‌ଗୋ, ପ୍ରିୟଦର୍ଶିନୀ ମହାପାତ୍ର, ଶିଖା ଗାୟତ୍ରୀ, ଭାରତର ପ୍ରଥମ ଟ୍ରାଇବାଲ୍ କୁଇନ୍ ଆଦି ରାଣୀ ପଲ୍ଲବୀ ଦୁରୁଆ ଏବଂ ଡ. ଚିଦାତ୍ମିକା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories