www.samajalive.in
Sunday, December 7, 2025
26.1 C
Bhubaneswar

ଉରଲାଦାନୀ ଅଞ୍ଚଳରେ ବ୍ୟାପକ ଗଛ କଟା; ବନ ବିଭାଗ ନିରବ

ମ.ରାମପୁର: ସରକାର ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନବୃତ୍ତି ଯୋଗୁଁ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ କାଠ ମାଫିଆମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି। ଯାହା ଫଳରେ ଜଙ୍ଗଲ ସଫା ହେବାରେ ଲାଗିଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ହରଲଙ୍ଗା ସେକ୍ସନ ଅନ୍ତର୍ଗତ ଉରଲାଦାନୀ, ହରଲଙ୍ଗା, ଶିକୁଳି, ରାଙ୍ଗପାରୁ, ନାଗଝରୀ, ଡୁମେରି, ଚିଟ୍ରା ଜଙ୍ଗଲରେ କାଠ ମାଫିଆମାନେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିପଡିଛନ୍ତି। ଦିନ ଦ୍ବିପହରରେ ଗଛ କାଟି ଜଙ୍ଗଲ ସଫାକରି କାଠ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି। ଏଥି ପ୍ରତି ବନ ବିଭାଗ ଦୃଷ୍ଟି ଦେଉନଥିବା ଯୋଗୁଁ କାଠ ମାଫିଆମାନେ ଅନାୟସରେ କାଠ ଚୋରାଚାଲାଣ କରୁଛନ୍ତି। ଏଠାରୁ ଜିଲ୍ଲା ବାହାର ବଲାଙ୍ଗୀର, ରାୟଗଡା ଜିଲ୍ଲାକୁ ଚୋରାଚାଲାଣ ହେଉଛି।ଅଗଷ୍ଟ ମାସରୁ ଚାରା ରୋପଣ ଆରମ୍ଭ କରିବା ନିୟମ ଥିଲେ ହେଁ ଆଜକୁ ୭ମାସ ବିତିଯାଇଥିଲେ ସୁଦ୍ଧା ହରଲଙ୍ଗା ସେକ୍ସନ ଅଧିନରେ ଥିବା ଉରଲାଦାନୀ ସଂରକ୍ଷିତ ଜଙ୍ଗଲର ଗାଦାଡି ଜଙ୍ଗଲରେ ଚାରା ରୋପଣ ପାଇଁ ଆସିଥିବା ଚାରାକୁ ରୋପଣ କରାନଯାଇ ତାହା ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇ ଚାରା ରୋପଣ କରାଯାଇଥିବା ଦର୍ଶାଯାଇଛି। ଯାହା ଫଳରେ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ଏଥି ପାଇଁ ଆସିଥିବା ଅନୁଦାନକୁ ବିଭାଗୀୟ ଅଧିକାରୀ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ନାଗଝରୀ ଜଙ୍ଗଲରେ ମନରେଗା ଯୋଜନାରେ ନିଜ ଗାଁର ଶ୍ରମିକଙ୍କୁ କାମରେ ନିୟୋଜିତ କରାଯାଇନାହିଁ। ୨୦କିଲୋମିଟ ଦୂର ପଣ୍ଡକାମାଲ ଗାଁର ଶ୍ରମିକ କାମ ନ କରି ସେମାନଙ୍କ ନାଁ କିଭଳି ମଷ୍ଟରରୋଲରେ ରହୁଛି ବୋଲି ଅଭିଯୋଗ କରିଛନ୍ତି। ମିଥ୍ୟା ମଷ୍ଟରରୋଲ ତିଆରି କରି ମିଥ୍ୟା ବିଲ କରି ଟଙ୍କା ହଡପ ହେଉଥିବା ଅଭିଯୋଗ ହେଉଛି। ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏ ନେଇ ବନ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ସେହିପରି ବନ ସୁରକ୍ଷା ସମିତି ପାଇଁ ଆସୁଥିବା ବିଭିନ୍ନ ଅନଦାନକୁ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବା ଓ ଆସୁଥିବା ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ହେଲେ ବିଭାଗୀୟ ଅଧିକାରୀ ଏଥି ପ୍ରତି କାହିଁକି ଦୃଷ୍ଟି ଦେଉନାହାନ୍ତି ବୋଲି ସାଧାରଣରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରାସ୍ତା ପାର୍ଶ୍ବରେ ବନୀକରଣ ପାଇଁ ଆସୁଥିବା ଅର୍ଥକୁ ଠିକ୍ ଭାବରେ କାର୍ୟ୍ୟକାରୀ ହେଉନଥିବା ମଧ୍ୟ ଅଭିଯୋଗ ହେଉଛି। ଚାରା ରୋପଣଠାରୁ ଆରମ୍ଭ କରି ରକ୍ଷଣାବେକ୍ଷଣ ଓ ଗଛ ବଡ ହେବା ଯାଏଁ ସରକାରଙ୍କ ତରଫରୁ ଅନୁଦାନ ଆସୁଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନବୃତ୍ତି ଯୋଗୁଁ ତାହା ଠିକ୍ ଭାବରେ କାର୍ୟ୍ୟକାରୀ ହେଉନାହିଁ। ଯାହା ଫଳରେ ରାସ୍ତା ପାର୍ଶ୍ବରେ କାଁ ଭାଁ ଗଛ ଦେଖିବାକୁ ମିଳୁଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଫଳ ଶୂନ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତେଣୁ ଏ ସବୁର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲଙ୍କୁ ପଚାରିବାରୁ ମୁଁ ଏ ବିଷୟରେ ଜାଣିନାହିଁ। କଣ ହୋଇଛି ମୁଁ ଗଲେ ଜଣାପଡିବ ବୋଲି ତଥା କଥିତ ଢଙ୍ଗରେ ଉତ୍ତରରେ କହିଥିଲେ। ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେବା ସହ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବି ହେଉଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories