www.samajalive.in
Sunday, December 7, 2025
26.1 C
Bhubaneswar

ହାଡଫୁଟି ଜନିତ ଦାଗରୁ ମୁକ୍ତି ପାଇବାର ଉପାୟ

ହାଡଫୁଟି ଭଲ ହୋଇଯିବ ପରେ ମଧ୍ୟ ତାର ଦାଗ ରହିଯାଇଥାଏ। ସେହି ଦାଗ ଶରୀରରେ ରହି ଖରାପ ଦେଖାଯାଇଥାଏ। ଦାଗ ଗୁଡିକ ସହଜରେ ଯାଇନଥାଏ। ଏଥିପାଇଁ ଅନେକ ଦ୍ରବ୍ୟର ବ୍ୟବହାର କରିବାକୁ ପଡିଥାଏ। କିଛି କେମିକାଲ ଯୁକ୍ତ ଔଷଧ ବ୍ୟବହାର କରିବା ଅପେକ୍ଷା ଘରୋଇ ଦ୍ରବ୍ୟ ବ୍ୟବହାର କରି ଏହି ଦାଗ ଛଡାଇ ପାରିବା।
ଲେମ୍ବୁ ରସ : ଲେମ୍ବୁ ରସରେ ଭିଟାମିନ-ସି ରହିଛି। ଏହା ଶରୀରରୁ ଦାଗ ଛଡାଇବା ପାଇଁ ସାହାଯ୍ୟ କରିଥାଏ। ଲେମ୍ବୁ ରସକୁ ଦାଗ ହୋଇଥିବା ସ୍ଥାନରେ ଲଗାଇ ୧୦ମିନିଟ ଛାଡି ଦିଅନ୍ତୁ। ତାପରେ ଅଳ୍ପ ଉଷୁମ ପାଣିରେ ସେହି ସ୍ଥାନକୁ ଧୋଇ ଦିଅନ୍ତୁ।
ମୁହଁ : ମହୁରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହାକୁ ଲଗାଇବା ଦ୍ବାରା ଶରୀରରୁ ଦାଗ ଛାଡିଥାଏ। ଏହାସହ ମୁହଁର ସୌନ୍ଦର୍ୟ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। ମହୁକୁ ଦାଗରେ ଲଗାଇ ୫ମିନିଟ ପର୍ୟ୍ୟନ୍ତ ଛାଡି ଦିଅନ୍ତୁ। ତାପରେ ଥଣ୍ଡା ପାଣି ଧୋଇ ଦିଅନ୍ତୁ। ଏପରି ପ୍ରତିଦିନ କରିବା ଦ୍ବାରା ହାଡଫୁଟି ଦାଗ ସହଜରେ ଛାଡିଯାଏ।
ଭିଟାମିନ-ଇ ତେଲ : ଭିଟାମିନ-ଇରେ ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହାକୁ ମୁହଁ ଓ ଶରୀରରେ ଲଗାଇବା ଦ୍ବାରା ଦାଗ ଛାଡି ଯାଇଥାଏ। ପ୍ରତିଦିନ ଭିଟାମିନ-ଇ ତେଲକୁ ଦାଗ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ। ଏପରି କିଛି ଦିନ କରିବା ଦ୍ବାରା ହାଡଫୁଟି ଜନିତ ଦାଗ ଛାଡି ଯାଇଥାଏ।
ଘିକୁଆଁରୀ : ଘିକୁଆଁରୀରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ ରହିଛି। ଏହାକୁ ମୁହଁରେ ଲଗାଇବା ଦ୍ବାରା ସୌନ୍ଦର୍ୟ୍ୟ ବୃଦ୍ଧି ହୋଇଥାଏ। ତେଣୁ ହାଡଫୁଟି ଜନିତ ଦାଗରୁ ମୁକ୍ତି ପାଇବା ପାଇଁ ଶରୀରରେ ଘିକୁଆଁରୀ ଜେଲ ଲଗାନ୍ତୁ। ଏହା ଦାଗରୁ ଶୀଘ୍ର ମୁକ୍ତି ଦେଇଥାଏ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories