www.samajalive.in
Saturday, December 6, 2025
15.1 C
Bhubaneswar

ପାହାଡ଼ର ଶସ୍ୟଶ୍ୟାମଳା ସ୍ଥାନ ସହ ମନ୍ଦିର ଏହି ସ୍ଥାନର ଶୋଭା ବଢାଇଥାଏ

ଭ୍ରମଣ ପାଇଁ ଆପଣ କେତେକ ସ୍ଥାନକୁ ଯିବାକୁ ଯୋଜନା କରିଥାଆନ୍ତି। ତେଣୁ ନିଜ ପସନ୍ଦ ଅନୁଯାୟୀ, ବୁଲିବାକୁ ଗଲେ ତାହା ଆପଣଙ୍କ ପାଇଁ ସ୍ମରଣୀୟ ହେବା ସହ ଆନନ୍ଦ ଲାଗିଥାଏ। କେତେକ ସ୍ଥାନ ରହିଛି ଯେଉଁଠାକୁ ଗଲେ ଆପଣଙ୍କ ମନ ମୁଗ୍ଧ ହୋଇଯାଏ। ସେଭଳି କେତେକ ସ୍ଥାନ ମଧ୍ୟରୁ ଏଠାରେ ଆପଣ ପାହାଡ଼ର ଶସ୍ୟଶ୍ୟାମଳା ଦୃଶ୍ୟ, ଥଣ୍ଡା ପବନ, ଶାନ୍ତି ପାଇପାରିବେ। ଜାଣନ୍ତୁ ଏହା କେଉଁ ସ୍ଥାନ ….
ସ୍ଥାନଟି ହେଉଛି ହିମାଚଳପ୍ରଦେଶରେ ସ୍ଥିତ ଭୁନ୍ତାର ସହର। ଏଠାରେ ଶସ୍ୟଶ୍ୟାମଳା ପରିବେଶ, ବିଭିନ୍ନ ଜୀବଜନ୍ତୁ ଦେଖିବାକୁ ମିଳେ। ଏହି ଭୁନ୍ତାର ସହରରେ କେଉଁ କେଉଁ ପର୍ଯ୍ୟଟନସ୍ଥଳୀ ରହିଛି ଆସନ୍ତୁ ଜାଣିବା।
ବିଜଲୀ ମହାଦେବ ମନ୍ଦିର –
ବିଜଲୀ ମହାଦେବ ମନ୍ଦିର ଭୁନ୍ତାର ଠାରୁ ନିକଟରେ ଥିବା ମାଥନ ପର୍ବତରେ ପ୍ରାୟ ୨୦୦୦ମିଟରର ଉଚ୍ଚରେ ରହିଛି। ଏହା ପ୍ରଭୁ ମହାଦେବଙ୍କ ମନ୍ଦିର ଅଟେ। ଏଠାକୁ ଯାଇ ଦର୍ଶନ କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।
ବଶେଶ୍ୱର ମନ୍ଦିର –
ଏହି ମନ୍ଦିରର ଶିଳାର ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟରୀର। ଭୁନ୍ତାର ବିମାନବନ୍ଦରରୁ ଏହା ୪ରୁ ୫ କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ଏଠାକୁ ଯିବା ଅତ୍ୟନ୍ତ ସହଜ ଅଟେ। ମନ୍ଦିରର ନିକଟରେ ଅନ୍ୟାନ୍ୟ କେତେକ ଭ୍ରମଣ ଉପଯୋଗୀ ସ୍ଥାନ ମଧ୍ୟ ରହିଛି।
ହିମାଳୟ ଜାତୀୟ ଉଦ୍ୟାନ –
ଏହା ଜବାହରଲାଲ ନେହେରୁ ଗ୍ରେଟ ଇଣ୍ଡିଆନ ଜାତୀୟ ପାର୍କ ନାମ ଭାବେ ବେଶ ପରିଚିତ। ଏଠାରେ ଆପଣ ପ୍ରକୃତିର ସୁନ୍ଦର ରୂପରକୁ ଅତି ନିକଟରୁ ଦେଖିପାରିବେ। ଏହା ଛଡ଼ା ଏଠାରେ ଥିବା ଜଙ୍ଗଲରେ ଆପଣ ବିଭିନ୍ନ ପ୍ରକାରର ବୃକ୍ଷଲତା, ବିଭିନ୍ନ ପ୍ରକାରର ଜୀବଜନ୍ତୁ ଯେପରି କଳା ଭାଲୁ, ଜଙ୍ଗଲୀ ବିଲୁଆ,କସ୍ତୁରୀ ମୃଗ ଆଦି ଦେଖିପାରିବେ।
ଭୁନ୍ତାରରେ ବ୍ୟାସ ନଦୀ ମଧ୍ୟ ପ୍ରବାହିତ ହେଉଛି। ଏଠାରେ ପର୍ଯ୍ୟଟକ ହ୍ୱାଇଟ ୱାଟର ରାଫଟିଙ୍ଗର ମଜା ନେଇଥାଆନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories