www.samajalive.in
Saturday, December 6, 2025
23.1 C
Bhubaneswar

ଭାରତୀୟ ସେନାରେ ସାମିଲ ହେବ ଶକ୍ତିଶାଳୀ ତୋପ ‘ଧନୁଷ’

ନୂଆଦିଲ୍ଲୀ ..- ମଙ୍ଗଳବାରରେ ଭାରତୀୟ ସେନାରେ ଶକ୍ତିଶାଳୀ ତୋପ ଧୁନଷ ସାମିଲ ହେବ । ଏହା ଭୋଫର୍ସ ତୋପଠାରୁ ବି ଅଧିକ ଶକ୍ତିଶାଳୀ । ଏହା ୧୫୫ ଏମ୍‌ଏମ୍‌/୪୫କେଲିବର ତୋପ । ପ୍ରଥମ ପର୍ଯ୍ୟାୟରେ ଭାରତୀୟ ସେନାରେ ୬ଟି ଧନୁଷ ତୋପ ଭାରତୀୟ ସେନାରେ ସାମଲି ହେବ । ଗତ ଫେବ୍ରୁଆରୀ ମାସରେ ସେନା ପକ୍ଷରୁ ୧୧୪ଟି ଧନୁଷ ତୋପ କ୍ରୟ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଏହାର  ମାତ୍ର ୩୬ ଦିନ ମଧ୍ୟରେ ସେନାକୁ ୬ଟି ତୋପ ଦିଆଯାଉଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ତୋପ ନିର୍ମାଣ ହୋଇଛି ।

ଏହାର ପରୀକ୍ଷଣ ହୋଇ ସାରିଛି । ଏହାକୁ ଜେନେରାଲ ଅର୍ଡିନାନ୍ସ ଫ୍ୟାକ୍ଟରୀରେ ତିଆରି କରାଯାଇଛି । ମୋକ୍‌ ଇନ୍‌ ଇଣ୍ଡିଆର କାର୍ଯ୍ୟକ୍ରମ ଅନ୍ତର୍ଗତରେ ଏହି ତୋପକୁ ନିର୍ମାଣ କରାଯାଇଛି । ଏହି ତୋପ ଉପରେ ପରିବେଶର ଅଧିକ ପ୍ରଭାବ ରହିବ ନାହିଁ । ଅଧିକ ଗରମ କି ଥଣ୍ଡାରେ ଏହି କାର୍ଯ୍ୟକ୍ଷମ ହୋଇ ପାରିବ । କମ୍ପ୍ୟୁଟରରୁ ଏହାକୁ ପରିଚାଳନା କରାଯାଇ ପାରିବ । ୩୮ କିଲୋମିଟର ପର୍ଯ୍ୟନ୍ତ ଏହା ଲକ୍ଷ୍ୟ ଭେଦ କରିପାରିବ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories