www.samajalive.in
Friday, December 5, 2025
20.1 C
Bhubaneswar

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ କଳାର ରଙ୍ଗର ବ୍ୟବହାର ଶୁଭଦାୟକ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି। ଏହା ସହ ପ୍ରତ୍ୟେକ ରଙ୍ଗର ଗ୍ରହ ମାନଙ୍କ ସହ ମଧ୍ୟ ସମ୍ବନ୍ଧ ରହିଛି। ଯାହାର ଶୁଭ ଓ ଅଶୁଭ ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ପଡ଼ିଥାଏ। ଏହାସହ ରଙ୍ଗର ସଠିକ ବ୍ୟବହାର ଜୀବନରେ ସଫଳତା ମଧ୍ୟ ଆଣି ଥାଏ। ବହୁ ଲୋକେ ବାର ଅନୁଯାୟୀ ରଙ୍ଗର ବ୍ୟବହାର କରିଥାଆନ୍ତି। ମାତ୍ର ଆପଣ ହୁଏତ ଜାଣି ନଥିବେ ରଙ୍ଗ ସହ ଭାଗ୍ୟର ସମ୍ବନ୍ଧ ବିଷୟରେ। ଏହାସହ କେଉଁ ରାଶି ଅନୁଯାୟୀ କେଉଁ ରାଶିର ବ୍ୟକ୍ତି କେଉଁ କଳାର ରଙ୍ଗର ପୋଷାକ ପିନ୍ଧିବା ଉଚିତ ଓ ଉଚିତ ନୁହେଁ ଆସନ୍ତୁ ଜାଣିବା….
ମେଷ – ଏହି ରାଶିରେ ବ୍ୟକ୍ତିଙ୍କ ଜାତକରେ ଶନିଙ୍କ ସ୍ଥିତ ଠିକ ନଥିବାରୁ ଏମାନେ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ। କୌଣସି ଶୁଭ କାର୍ଯ୍ୟ ପାଇଁ ଯାଉଥିବା ସମୟରେ କଳାର ରଙ୍ଗର ବସ୍ତ୍ର ଆଦୌ ଧାରଣ କରିବା ଉଚିତ ନୁହେଁ।
ବୃଷ –
ଏହି ରାଶିର ବ୍ୟକ୍ତିମାନଙ୍କ ଜାତକରେ ଶନିଙ୍କ ସ୍ଥିତି ଅପେକ୍ଷାକୃତ ଭଲ ଥାଏ। ତେଣୁ ଏହି ରାଶିର ବ୍ୟକ୍ତି ମାନେ ଆବଶ୍ୟକ ଅନୁଯାୟୀ କଳା ରଙ୍ଗ ପୋଷାକ ବ୍ୟବହାର କରିପାରିବେ।
ମିଥୁନ –
ଏହି ରାଶିର ବ୍ୟକ୍ତିମାନଙ୍କ ଜାତକରେ ଶନିଙ୍କ ସ୍ଥିତି କର୍ମର ଫଳ ଅନୁଯାୟୀ ରହିଥାଆନ୍ତି। ତେଣୁ ଏମାନେ ସମୟ ଓ ବାର ଅନୁଯାୟୀ କଳା ରଙ୍ଗର ପୋଷାକ ଧାରଣ କରିପାରିବେ।
କର୍କଟ –
ଏହି ରାଶିର ସ୍ୱାମୀ ଚନ୍ଦ୍ରମା ଅଟନ୍ତି। ଏମାନଙ୍କୁ କଳାରଙ୍ଗର ପୋଷକା ଅପେକ୍ଷାକୃତ କମ ପିନ୍ଧିବା ଉଚିତ। କଳାର ରଙ୍ଗର ପ୍ରୟୋଗ କରିବା ଦ୍ୱାରା ଏମାନଙ୍କ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ।
ସିଂହ –
ଏହି ରାଶିର ବ୍ୟକ୍ତିଙ୍କୁ ଅପେକ୍ଷାକୃତ କଳା ରଙ୍ଗର କମ ବ୍ୟବହାର କରିବା ଉଚିତ। ଅତ୍ୟଧିକ କଳା ରଙ୍ଗର ବ୍ୟବହାର କରିବା ଦ୍ୱାରା ଅଧିକାଂଶ ସମୟରେ ଶରୀର ରୋଗ ଗ୍ରସ୍ତ ରହିଥାଏ।
କନ୍ୟା –
ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ କଳା ରଙ୍ଗ ଶୁଭଫଳ ପ୍ରଦାନ କରିଥାଏ। କଳା ରଙ୍ଗର ବ୍ୟବହାର ଦ୍ୱାରା ଏମାନଙ୍କୁ ସଫଳତା ମଧ୍ୟ ପ୍ରାପ୍ତି ହୋଇଥାଏ।
ତୁଳା ରାଶି – ଏହି ରାଶିର ବ୍ୟକ୍ତିଙ୍କ ଜାତକରେ ଶନି ଉଚ୍ଚ ସ୍ଥାନରେ ରହିଥାଆନ୍ତି। ତେଣୁ ଏମାନଙ୍କ ପାଇଁ ଧଳା ଓ କଳା ରଙ୍ଗ ଉଭୟ ଶୁଭଫଳ ପ୍ରଦାନ କରିଥାଆନ୍ତି। ଏମାନଙ୍କୁ ଧନସମ୍ପତ୍ତି, ସୁଖ ଆଦି ପ୍ରାପ୍ତି ହୋଇଥାଏ।
ବିଛା ରାଶି –
ଏହି ରାଶିର ବ୍ୟକ୍ତିମାନେ ଅଧିକ କଳା ରଙ୍ଗ ଧାରଣ କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ।
ଧନୁ ରାଶି –
ଏହି ରାଶିର ବ୍ୟକ୍ତିମାନଙ୍କୁ କଳାର ରଙ୍ଗର ବସ୍ତ୍ର ଓ ଅନ୍ୟାନ୍ୟ ଦ୍ରବ୍ୟ ବ୍ୟବହାର କରିବା ଉଚିତ ନୁହେଁ। ଏମାନେ ଶୁଭ କାର୍ଯ୍ୟରେ କଳା ରଙ୍ଗ ଧାରଣ କରିଲେ କାର୍ଯ୍ୟରେ ଅସଫଳତା ମିଳିଥାଏ ବୋଲି କୁହାଯାଏ।
ମକର ରାଶି –
ଏହି ରାଶିର ବ୍ୟକ୍ତି ମାନଙ୍କ ଜାତକରେ ଶନିଙ୍କ ସ୍ଥିତି ଭଲ ସ୍ଥାନରେ ଥାଏ। ତେଣୁ ଏମାନଙ୍କ ପାଇଁ କଳା ରଙ୍ଗର ବ୍ୟବହାର ଖୁବ ଶୁଭଫଳ ପ୍ରଦାନ କରିଥାଏ।
କୁମ୍ଭ –
ଏହି ରାଶିର ସ୍ୱାମୀ ଶନିଦେବ ଅଟନ୍ତି। ଏମାନେ ଅଧିକ କଳା ରଙ୍ଗ ଓ ଗାଢ ରଙ୍ଗର ବସ୍ତ୍ର ଓ ଦ୍ରବ୍ୟ ବ୍ୟବହାର କରିବା ଉଚିତ ନୁହେଁ।
ମୀନ –
ଏହି ରାଶିର ବ୍ୟକ୍ତିମାନେ ଅଧିକ କଳା ରଙ୍ଗର ବ୍ୟବହାର କରିବା ଦ୍ୱାରା କ୍ରୋଧ ବୃଦ୍ଧି ପାଇଥାଏ। ତେଣୁ ଅଧିକ କଳା ରଙ୍ଗର ବ୍ୟବହାର କରିବା ଉଚିତ ନୁହେଁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories