www.samajalive.in
Saturday, December 6, 2025
26.1 C
Bhubaneswar

ବାରରେ ଉଡାଉଥିଲେ ଟଙ୍କା, ଏବେ ଜାମିନ ପାଇଁ ଅନାଥଙ୍କୁ ଦେବେ ୩ ହଜାର

ମୁମ୍ବଇ : ଡାନ୍ସବାରରେ ନର୍ତ୍ତକୀଙ୍କ ଉପରକୁ ଟଙ୍କା ଉଡାଇବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପାଇଁ ଏକ ଅଭିନବ ସର୍ତ୍ତ ଲାଗୁ ହୋଇଛି । ସେମାନଙ୍କ ଜାମିନ ବଦଳରେ ଅନାଥ ଶିଶୁଙ୍କୁ ୩ ହଜାର ଟଙ୍କା ଦେବାକୁ ସିଟିକୋର୍ଟ ନିର୍ଦେଶ ଦେଇଛନ୍ତି । ସମ୍ଭବତଃ ଏଭଳି ଶୁଣାଣି ଦେଶରେ ପ୍ରଥମ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରର ମୁମ୍ବାଇର ହାଜି ଅଲି ନିକଟରେ ଥିବା ଏକ ଡାନ୍ସବାରରେ ରବିବାର ପୁଲିସ ଚଢଉ କରିଥିଲା। ଚଢଉ ବେଳେ ନର୍ତ୍ତକୀଙ୍କ ଉପରକୁ ଟଙ୍କା ଉଡାଉ ଥିବା ୪୭ ଜଣଙ୍କୁ ମୁମ୍ବଇ ପୁଲିସ ଗିରଫ କରିଥିଲା । ସେମାନଙ୍କ ଜାମିନ ପାଇଁ ବଦଲପୁରର ପ୍ରତ୍ୟେକ ଅନାଥ ଶିଶୁଙ୍କୁ ଅଭିଯୁକ୍ତମାନେ ୩ ହଜାର ଟଙ୍କା ଦାନ କରିବେ ବୋଲି ସିଟି କୋର୍ଟ ରାୟ ଶୁଣାଇଛନ୍ତି । ସିଟି କୋର୍ଟର ଏଭଳି ଆଦେଶ ପରେ ଥାନାରେ ୧.୪୧ ଲକ୍ଷ ଟଙ୍କା ଜୋରିମାନ ଭାବେ ପୈଠ କରିବା ପାଇଁ ପୁଲିସ କହିଛି । ଏହି ଅର୍ଥକୁ ବଦଲାପୁର ସ୍ଥିତ ସତ୍କର୍ମ ବାଳକ ଆଶ୍ରମରେ ଥିବା ଶିଶୁଙ୍କୁ ଦାନ କରାଯିବ ବୋଲି ସୂଚନା ମିଳିଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories