www.samajalive.in
Monday, December 15, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନରେ ଯୁବକଙ୍କ ଷ୍ଟଣ୍ଟ, ହେଲା ଏମିତି..

ନୂଆଦିଲ୍ଲୀ : ଟ୍ରେନ୍‌ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନିଶ୍ଚୟ ଦେଖିଥିବେ । କିଛି ଭିଡିଓରେ ଦେଖାଯାଏ, ଲୋକେ ଚଳନ୍ତା ଟ୍ରେନ୍‌ ରୁ ବାହାରକୁ ଡେଇଁ ଥାଆନ୍ତି । ବିଶେଷ କରି ପ୍ଲାଟଫର୍ମ ଆସିବା ମାତ୍ରେ ଟ୍ରେନରୁ ବାହାରକୁ ଆସି ଝୁଲିବା ଭଳି ରହି ଥାଆନ୍ତି । ଏଭଳି କରିବା ଦ୍ୱାରା ଅନେକ ସମୟରେ ବିପଦରେ ପଡିବା ସହ ଜୀବନହାନୀ ମଧ୍ୟ ହୋଇଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଭୟଭୀତ ହେବା ସ୍ୱଭାବିକ।

ଜଣେ ଯୁବକ ସୋସିଆଲ ମିଡିଆରେ ନାଁ କରିବା ପାଇଁ ଏଭଳି ଏକ ବିପଦପୂର୍ଣ୍ଣ ଷ୍ଟଣ୍ଟ କରିଛନ୍ତି, ଯାହାକୁ ଦେଖିଲେ ଆଖିକୁ ବିଶ୍ୱାସ କରି ହେବ ନାହିଁ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି।

- Advertisement -

ଭିଡିଓରେ ଆପଣ ଦେଖିପାରିବେ, ଫ୍ଲାଟଫର୍ମରେ ଏକ ଟ୍ରେନ୍‌ ଦ୍ରୁତ ଗତିରେ ଯାଉଛି । ସେହି ସମୟରେ ଜଣେ ଯୁବକ ଟ୍ରେନ୍‌ର ଫାଟକ ଧରି ବାହାରକୁ ଆସି ଝୁଲିବା ଭଳି ରହିଛନ୍ତି । ପାଦକୁ ଚଟାଣରେ ଲଗାଇ କିଛି ବାଟ ଆଗକୁ ଯାଉଛନ୍ତି । ଯେଉଁ ପର୍ଯ୍ୟନ୍ତ କାନ୍ଥ ଆସି ନାହିଁ ସେପର୍ଯ୍ୟନ୍ତ ଏପରି କରୁଛନ୍ତି । ପ୍ଲାଟଫର୍ମ ସରିବା ପରେ ଟ୍ରେନ ଭିତରକୁ ଯାଉଛନ୍ତି । ଏହି ଘଟଣା ମୁମ୍ବଇର ସେବରୀ ଷ୍ଟେସନର ବୋଲି ଜଣାପଡିଛି । ଟ୍ରେନଟି ମୁମ୍ବଇର ଲୋକାଲ୍‌ ଟ୍ରେନ୍‌ ବୋଲି ଜଣାପଡିଛି । ଘଟଣା ସାମ୍ନାକୁ ଆସିବା ପରେ ମାମଲା ରୁଜୁ ହେବା ସହ ରେଲୱେ ପକ୍ଷରୁ ଉକ୍ତ ଯୁବକକୁ ଖୋଜିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରାବଣ ମାସ : ବାସ୍‌ ଏହି ସରଳ ଉପାୟ ଦୂର କରିବ ବିବାହ ଠାରୁ ଚାକିରି, ସ୍ୱାସ୍ଥ୍ୟ ସମସ୍ୟା..

ଲୋକେ ଭିଡିଓକୁ ଦେଖି ଭିନ୍ନ ଭିନ୍ନ ମତ ଦେଇ କହିଛନ୍ତି, ଲୋକେ ନିଜ ଜୀବନକୁ କେତେ ଶସ୍ତା ଭାବୁଛନ୍ତି । ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖିଲେ ଭୟ ଲାଗୁଛି । ଏଭଳି ନିଜ ଜୀବନକୁ ବିପଦରେ ପକାଉଥିବା ବ୍ୟକ୍ତି ବିଶେଷଙ୍କୁ ଦଣ୍ଡିତ କରିବା ଉଚିତ୍‌ ବୋଲି ଲୋକେ କହିଛନ୍ତି।

ନିଟ୍‌ ଦୁର୍ନୀତି ମାମଲା ; ଏମ୍ସର ୩ ଡାକ୍ତର ଗିରଫ

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories