ବିଜେଡିର ପ୍ରତିବାଦ ନେଇ ଜବାବ ରଖିଲେ ବାବୁ ସିଂ
ଭୁବନେଶ୍ୱର: ରାଜ୍ୟପାଳଙ୍କ ପୁଅ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ ମାରିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାକୁ ଓହ୍ଲାଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ବିଜେଡିକୁ ଜବାବ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ସେ କହିଛନ୍ତି ବିଜେଡି ଅନେକ ଦୁର୍ନୀତିରେ ଲିପ୍ତ ଥିଲା, ତାଙ୍କ ପାଖରେ ମୁଦ୍ଦା ନଥିବାରୁ ମହାମହିମ ରାଜ୍ୟପାଳଙ୍କୁ ଏହାକୁ ପ୍ରସଙ୍ଗ କରି ରାଜନୀତି କରୁଛନ୍ତି । ରାଜ୍ୟପାଳ ହେଲେ ଦଳଠାରୁ ଉଦ୍ଧ୍ୱର୍ରେ । ବିଜେପି ପୂର୍ବରୁ ବିରୋଧୀ ଦଳରେ ଥିବାବେଳେ କେବେ ବି ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ନେଇ ରାଜନୀତି କରିନି । ଏଭଳି ଘଟଣାରେ କେଉଁଠି ଭୁଲ ହୋଇଥିଲା ତାକୁ ନେଇ ରାଜ୍ୟପାଳ ଉକ୍ତ ପୀଡିତଙ୍କ ପରିବାର ସହିତ ସିଧାସଳଖ ଆଲୋଚନା କରିଛନ୍ତି । ସେହି ଘଟଣାର ସମାଧାନ ବାଟ ବାହାରି ସାରିଛି । ଏହାକୁ ନେଇ ରାଜନୀତି କରିବା କେତେ ଦର ଠିକ୍ ଓଡ଼ିଶାବାସୀ ଦେଖୁଛନ୍ତି ।
Comments are closed.