ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ୍ ମନା
ଆଠଗଡ : ଆଠଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ୍ ମନା । ପ୍ଲାଷ୍ଟିକ୍ କଳସ, ପ୍ଲାଷ୍ଟିକ୍ ତିଆରି ଅନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନେଇ ସୂଚନା ମିଳିଛି । ନୂଆ ପୋଲ ପୂର୍ବରୁ ଶ୍ରାବଣ ସୋମବାର ବାହୁଙ୍ଗି ରଖିବେ କାଉଡିଆ । କେବଳ ମାଟି ଓ ପିତ୍ତଳ କଳସ ନେଇ ଜଳ ଲାଗି କରିବାକୁ ଅନୁମତି ମିଳିଛି।
ସୂଚନା ଅନୁଯାୟୀ,ଶ୍ରାବଣ ମାସ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି । ଶ୍ରାବଣ ମାସରେ ଶୈବପୀଠରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ । ଜଳଲାଗି ପାଇଁ ପହଞ୍ଚିବେ ଶ୍ରଦ୍ଧାଳୁ । ଶ୍ରାବଣ ପାଇଁ ଧବଳେଶ୍ୱର ପୀଠରେ ଆଠଗଡ ତହସିଲଦାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପୂଜକ ସମିତି, ପୁଲିସ ପ୍ରଶାସନ ମଧ୍ୟ ସାମିଲ ଥିଲେ ।
Comments are closed.