ବେଜିଂ: ଚୀନ୍ର ଦକ୍ଷିଣ-ପଶ୍ଚିମ ସହର ଜିଗୋଙ୍ଗର ଏକ ସପିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ବୁଧବାର ରାତିରେ ଏକ ୧୪ ମହଲା ବ୍ୟବସାୟିକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଥିଲା। ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି କେତେକ ଲୋକଙ୍କୁ ବାହାରକୁ ଆଣିଥିଲେ। ଉଦ୍ଧାରକାରୀ ଦଳ ଭୋର ୩ଟା ପର୍ଯ୍ୟନ୍ତ ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଏବଂ ଅଗ୍ନିକାଣ୍ଡ ସମୟରେ ମଲ୍ରେ କେତେ ଲୋକ ଥିଲେ ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।
Popular Categories



