www.samajalive.in
Monday, December 15, 2025
24.1 C
Bhubaneswar

ପୋଷା କୁକୁର ପାଇଁ ଘଣ୍ଟାଏ ଡେରିରେ ଛାଡ଼ିଲା ଟ୍ରେନ

ପାଟନା: ବିହାରର ରକ୍ସଲରୁ ସମସ୍ତିପୁର ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନ୍‌ର ସ୍ଲିପର ବଗିରେ ପୋଷା କୁକୁରକୁ ଚେନ୍‌ରେ ବନ୍ଧା ଯାଇଥିବା ଘଟଣା ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତାଷ ସୃଷ୍ଟି କରିଛି। ଫଳରେ ଉକ୍ତ ଟ୍ରେନ୍‌ଟି ଏକ ଘଣ୍ଟା ବିଳମ୍ବରେ ଷ୍ଟେସନ ଛାଡିଥିବା ଜଣାପଡିଛି। ଯାତ୍ରୀମାନେ ନିଜ ସିଟ୍‌କୁ ଯିବାରେ ଭୟ ପାଇଥିବାବେଳେ ଉକ୍ତ ବଗିରୁ କୁକୁରକୁ ହଟାଇବାକୁ ରେଳ କର୍ମଚାରୀଙ୍କ ସମସ୍ତ ଉଦ୍ୟମ ମଧ୍ୟ ବିଫଳ ହୋଇଥିଲା। ସୂଚନା ମୁତାବକ ଉକ୍ତ ଟ୍ରେନଟି ସୋମବାର ସକାଳ ୬ଟା ୫୦ ମିନିଟରେ ରକ୍ସଲ ଷ୍ଟେସନରୁ ଯାତ୍ରାରମ୍ଭ କରିବା କଥା। ସମୟ ନିର୍ଘଣ୍ଟ ଅନୁଯାୟୀ ଯାତ୍ରୀମାନେ ଠିକଣା ସମୟରେ ଷ୍ଟେସନରେ ପହଞ୍ଚିଥିଲେ।

ତେବେ ବଗିକୁ ପ୍ରବେଶ କରିବା ମାତ୍ରେ ଚେନ୍‌ରେ ବନ୍ଧା ଯାଇଥିବା କୁକୁର ଉପରେ ସେମାନଙ୍କର ଦୃଷ୍ଟି ପଡିଥିଲା। ଯାତ୍ରୀଙ୍କୁ ଦେଖି କୁକୁର ଜୋରରେ ଭୁକିବା ଏବଂ ସେମାନଙ୍କୁ କାମୁଡିବାକୁ ଉଦ୍ୟମ କରିବାରୁ ସ୍ଥିତି ଅଧିକ ଜଟିଳ ହୋଇପଡିଥିଲା। ଶେଷରେ ଉକ୍ତ ଖାଲି ବଗି ସହ ଟ୍ରେନ୍‌ଟି ସକାଳ ୮ଟା ୧୦ରେ ରକ୍ସଲ ​ଷ୍ଟେସନରୁ ଯାତ୍ରାରମ୍ଭ କରିଥିଲା। ସମ୍ଭବତଃ କୌଣସି ଯାତ୍ରୀ ଟ୍ରେନରୁ ଓହ୍ଲାଇବା ସମୟରେ ପୋଷା କୁକୁରକୁ ସାଙ୍ଗରେ ନେବାକୁ ଭୁଲି ଯାଇଥିବା ଅନୁମାନ କରାଯାଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories